Latest Odisha News

BREAKING NEWS

୧୯ ବର୍ଷରୁ କମ ମହିଳା ଟି୨୦ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ମାଲେସିଆରେ ହେବାକୁ ଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟସୂଚୀ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୮ ଜାନୁୟାରୀ ୨୦୨୫ରୁ ଏହା ଆରମ୍ଭ ହେବ ଏବଂ ଫେବୃୟାରୀ ୨ରେ ଫାଇନାଲ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ୧୩ରୁ ୧୬ ପର୍ଯ୍ୟନ୍ତ ୧୬ଟି ଅଭ୍ୟାସ ମ୍ୟାଚ ଖେଳାଯିବ । ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ଜାନୁୟାରୀ ୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ ।

ଟିମଗୁଡିକୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏରେ ଭାରତ(ଏ୧), ୱେଷ୍ଟଇଣ୍ଡିଜ(ଏ୨), ଶ୍ରୀଲଙ୍କା (ଏ୩) ଓ ମାଲେସିଆ (ଏ୪) ରହିଛନ୍ତି । ସେହିପରି ଗ୍ରୁପ ବିରେ ଇଂଲଣ୍ଡ (ବି୧), ପାକିସ୍ତାନ(ବି୨), ଆୟର୍ଲାଣ୍ଡ (ବି୩) ଓ ୟୁଏସଏ(ବି୪) ରହିଛନ୍ତି । ଗ୍ରୁପ ସିରେ ନ୍ୟୁଜିଲାଣ୍ଡ (ସି୧), ଦକ୍ଷିଣ ଆଫ୍ରିକା(ସି୨), ଆଫ୍ରିକା କ୍ୱାଲିଫାୟାର(ସି୩) ଓ ସମୋଓ (ସି୪) । ଗ୍ରୁପ ଡିରେ ଅଷ୍ଟ୍ରେଲିଆ(ଡି୧), ବାଂଲାଦୋ(ଡି୨), ଏସୀୟ କ୍ୱାଲିଫାୟାର (ଡି୩) ଓ ସ୍କଟଲାଣ୍ଡ (ଡି୪) ରହିଛନ୍ତି ।

Comments are closed.