Latest Odisha News

BREAKING NEWS

ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ସଂଖ୍ଯା, ଖୋର୍ଦ୍ଧା… 

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।। ଡେଙ୍ଗୁ ସଂଖ୍ୟା ଖୋର୍ଦ୍ଧାରେ ଅଧିକ ରହିଛି। ସର୍ଭେ ରିପୋର୍ଟ ଆଧାରରେ ଏନେଇ ମାନିଲେ ସ୍ବାସ୍ଥ୍ୟମନ୍ତ୍ରୀ।

ସୂଚନା ଅନୁଯାୟୀ, ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି। ଭୁବନେଶ୍ବରରେ ଅଧିକ ଡେଙ୍ଗୁ ରୋଗୀ ରହିଛନ୍ତି। ଏହା ପଛକୁ ରହିଛନ୍ତି ସୁନ୍ଦରଗଡ଼ ଓ ରାଉରକେଲା ସହର, ବଲାଙ୍ଗୀର ଓ କଟକ ।

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଆମେ ପ୍ରସ୍ତୁତ ରହିଛୁ। ଟେଷ୍ଟିଂ ବଢୁଥିବାରୁ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ- ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ନିଜେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ

ତେବେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ନିଧନ ପରେ ଚିନ୍ତା ବଢିଛି। ସେପଟେ ଡେଙ୍ଗୁ ପ୍ରତି ଲୋକଙ୍କୁ ସଚେତନ ପାଇଁ ସମସ୍ତ ପଦକ୍ଷେପ ନେଉଥିବା କହିଛନ୍ତି ମେୟର।

ଅପରପକ୍ଷରେ ଡେଙ୍ଗୁ ପ୍ରଭାବିତ ରୋଗୀଙ୍କ ଚିକିତ୍ସା ପାଇଁ ଦୁଇଟି ସ୍ୱତନ୍ତ୍ର ୱାର୍ଡ ଗଠନ କରାଯାଇଛି ବୋଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ଧନଞ୍ଜୟ ଦାସ କହିଛନ୍ତି ଯେ “ଗୋଟିଏ ୱାର୍ଡରେ 14 ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଅନ୍ୟ ୱାର୍ଡରେ କୌଣସି ରୋଗୀ ନାହାଁନ୍ତି। ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି”।

Comments are closed.