Latest Odisha News

ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସିହିଦ

ଶ୍ରୀନଗର: ପୁଣି ଥରେ ଜମ୍ମୁ କଶ୍ମୀର ଉଧମପୁରର ଡୁଡୁ ବସନ୍ତଗଢରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଜମ୍ମୁ କଶ୍ମୀର ପୋଲିସର ସିଆରପିଏଫ ଏବଂ ଏସଓଜିର ମିଳିତ ଟିମ୍ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଜଣେ ଇନ୍ସପେକ୍ଟର ସହିଦ ହୋଇଛନ୍ତି ।

ସୁରକ୍ଷା ବାହିନୀ ଆଜି ଅପରାହ୍ନ ୩ଟା ସମୟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ସାମ୍ନା ହୋଇଥିଲା । ଏହା ପରେ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ଯେଉଁଥିରେ ଜଣେ ଯବାନ କୁଲଦୀପ ସିଂ ସହିଦ ହୋଇଛନ୍ତି । କୁଲଦୀପ ହରିୟାଣାର ବାସିନ୍ଦା ଥିଲେ । ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି । ଆଖପାଖ ଅଞ୍ଚଳରେ ଏକ ବଡ଼ ଆକାରର ନାକା ବନ୍ଦି ହୋଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଏହାପୂର୍ବରୁ ଅଗଷ୍ଟ ୬ ତାରିଖରେ ମଧ୍ୟ ଉଧମପୁର ଜଙ୍ଗଲରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

Comments are closed.