Latest Odisha News

ଦ୍ବିତୀୟ ବଜେଟ ଅଧିବେଶନର ପ୍ରଥମ ଦିନ: ପ୍ରଥମରୁ ବିରୋଧୀଙ୍କ ହଟ୍ଟଗୋଳ

 

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ହି ବିରୋଧୀଙ୍କ କଡା ଆଭିମୁଖ୍ୟ ।  ଅଧିବେଶନ ଆରମ୍ଭ ହେଉ ହେଉ କଲେଜ ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲା କରିବାରୁ ୧୧ଟା ୪୧ ଯାଏଁ ଗୃହ ମୁଲତବୀ ରଖାଯାଇଛି ।

ଦ୍ବିତୀୟ ବଜେଟ ଅଧିବେଶନରରେ ଗୃହ ଆରମ୍ଭରୁ ହିଁ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯଶୀପୁର ପୂର୍ବତନ ବିଧାୟକ ସୁନ୍ଦରମୋହନ ମାଝୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରସ୍ତାବକୁ ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ସମର୍ଥନ କରିଛନ୍ତି । ଏହାପରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା ।

ତେବେ ପ୍ରଥମ ବଜେଟ୍ ଅଧିବେଶନ ଜୁଲାଇ ୨୨ରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଅର୍ଥ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ। ଏହାସହିତ ଏଏସ୍‌ଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ରଥ ଉପରୁ ବଡ଼ ଠାକୁର ପଡିଯିବା ଘଟଣା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣସେବାୟତ ରଥ ଉପରେ ଚଢିବା ପ୍ରସଙ୍ଗ ଆଦି ଉଠାଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଥିଲେ। ତେବେ ଦ୍ବିତୀୟ ବଜେଟ୍ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ପର୍ଯ୍ୟନ୍ତ ଚାଲିବ ।

Comments are closed.