ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆସନ୍ତା ନଭେମ୍ବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳନୀନ ଅଧିବେଶନ । ଏହି ଅବସରରେ ରାଜ୍ୟରେ ୫ଟି କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ପାଇଁ ଯୋଜନା କରୁଛି ବିରୋଧି କଂଗ୍ରେସ ।
ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ରାଜ୍ୟରେ ଦୁର୍ନିତୀ ଓ ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫ଟି ବ୍ୟବସ୍ଥା ସରକାର ଲାଗୁ କରୁଛନ୍ତି । ଅପରପକ୍ଷରେ କିଛି ଦୁର୍ନିତୀରେ ବୁଡିଥିବା ନେତାମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦେଇଛନ୍ତି, ସେନେଇ ଶାସକ ଦଳକୁ ପ୍ରଶ୍ନ କରିବ କଂଗ୍ରେସ ।
ରାଜ୍ୟରେ ଶାସନ ବ୍ୟବସ୍ଥା ବିଗୁଡୁଥିବା ନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଛନ୍ତି, ରାଜ୍ୟ ସରକାର ବିପକ୍ଷ ଦଳ ନେତାଙ୍କ ବିରୋଧରେ ପ୍ରଶାସନ୍ ଓ ପୋଲିସକୁ ବ୍ୟବହାର କରୁଛନ୍ତି ।
ରାଜ୍ୟରେ ବାତ୍ୟା ଫୋନି ପରେ ଏବେ ବୁଲବୁଲ୍ ତାଣ୍ଡବ ରଚିଥିବା ବେଳେ ରାଜ୍ୟ ସରକାର ବଲାଙ୍ଗିର ସମେତ ବାତ୍ୟା ପ୍ରପିଡିତ ଅନେକ ଜିଲ୍ଲାକୁ ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ।
Comments are closed.