Latest Odisha News

ଖୋର୍ଦ୍ଧା ଗଣଦୁଷ୍କର୍ମ ଘଟଣା: ପ୍ରମାଣ ଅଭାବରୁ କାର୍ ଡ୍ରାଇଭରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଚଳନ୍ତା ଗାଡି ମଧ୍ୟରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପ୍ରମାଣ ନମିଳିବାରୁ ସୋମବାର ଦିନ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କୁ ଛାଡିଦେଇଛି ।

ଗତ ନଭେମ୍ବର ୭ ତାରିଖରେ ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ କେହି ଜଣେ ଫୋପାଡି ଦେଇଥିଲେ । ପରେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

ପରବର୍ତ୍ତୀ ସମୟରେ ଚିକିତ୍ସାରତ ପିଡିତା ଜଣକ ଏନେଇ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଅଭିଯୋଗରେ ସେ ଉଲ୍ଲେଖ କରିଥିଲେ, ଭୁବନେଶ୍ୱର ଯିବା ଲାଗି ଜଣେ କାର୍ ଚାଳକ ତାଙ୍କୁ ଲିଫ୍ଟ ଦେଇଥିଲେ । ପରେ କାରରେ ଥିବା ଅନ୍ୟମାନେ ତାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାରେ ଫୋପାଡି ଦେଇଥିଲେ ।

ଏହାର ଗୋଟିଏ ଦିନ ପରେ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

ତେବେ ଏହି ଘଟଣାରେ ପୋଲିସ ଦୀର୍ଘ ୪ ଦିନ ଯାଏଁ ସମ୍ପୃକ୍ତ ଯୁବକଙ୍କୁ ହେପାଜତରେ ନେଇ ପଚରାଉଚରା କରିଥିଲେ ମଧ୍ୟ କୌଣସି ପ୍ରମାଣ ନପାଇନଥିଲା । ଫଳରେ ସୋମବାର ଦିନ ପୋଲିସ ତାଙ୍କୁ ଛାଡି ଦେଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.