Latest Odisha News

ଇଂଲଣ୍ଡ ଗସ୍ତରେ ଭାରତ ଖେଳିବ ୫ ଟେଷ୍ଟ, କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଆସନ୍ତା ବର୍ଷ ଜୁନରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଆୟୋଜକ ଟିମ ବିପକ୍ଷରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ଓ ଇସିବି ପକ୍ଷରୁ ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ହେଡିଙ୍ଗଲେ ୨୦ରୁ ୨୪ ଜୁନ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ଖେଳାଯିବ । ଏହା ପରେ ଜୁଲାଇ ୨ରୁ ବର୍ମିଂହାମରେ ଦ୍ୱିତୀୟ, ୧୦ରୁ ଲର୍ଡସରେ ତୃତୀୟ, ୨୩ରୁ ମାଚେଂଷ୍ଟରରେ ୪ର୍ଥ ଏବଂ ୩୧ରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଦି ଓଭାଲରେ ୫ମ ଟେଷ୍ଟ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ଲର୍ଡସରେ ଜୁନ ୨୦୨୫ରେ ଖେଳାଯିବ । ଏହା ପରେ ଏହି ଟେଷ୍ଟ ସିରିଜର ଆୟୋଜନ କରାଯିବ ।

୨୦୨୧ରେ ଭାରତ ଏହା ପୂର୍ବରୁ ଇଂଲଣ୍ଡ ଗସ୍ତରେ ଯାଇଥିଲା । ସେତେବେଳେ ୨-୨ ସିରିଜ ଡ୍ର ରହିଥିଲା । ଆଗାମୀ ୫ ମାସ ମଧ୍ୟରେ ଭାରତ ବାଂଲାଦେଶ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ । ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ଚଳିତ ବର୍ଷ ୧୯ରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଚେନ୍ନାଇରୁ ସେପ୍ଟମ୍ବର ୧୯ରୁ ଖେଳାଯିବା ପରେ ଦ୍ୱିତୀୟ ଟେଷ୍ଟ କାନପୁରରେ ୨୭ରୁ ଖେଳାଯିବ ।

ସେହିପରି ଗ୍ୱାଲିୟରରେ ଅକ୍ଟୋବର ୬ରେ ପ୍ରଥମ ଟି୨୦ ଆୟୋଜିତ ହେବ । ଦ୍ୱିତୀୟ ଟି୨୦ ଦିଲ୍ଲୀରେ ଓ ତୃତୀୟ ଟି୨୦ ହାଇଦ୍ରାବାଦରେ ଯଥାକ୍ରମେ ୯ ଓ ୧୨ରେ ଖେଳାଯିବ । ଏହା ପରେ ନ୍ୟୁଜିଲାଣ୍ଡ ଟିମ ଭାରତ ଆସିବ । ୧୬ରୁ ୨୦ ଅକ୍ଟୋବରରେ ପ୍ରଥମ ଟେଷ୍ଟ ବାଙ୍ଗାଲୋରରେ ଖେଳାଯିବ । ପୁଣେରେ ୨୪ରୁ ଦ୍ୱିତୀୟ ଏବଂ ମୁମ୍ବାଇରେ ନଭେମ୍ବର ୧ରୁ ତୃତୀୟ ଟେଷ୍ଟ ଖେଳାଯିବ ।

Comments are closed.