Latest Odisha News

BREAKING NEWS

ପଛରେ ପଡିଲେ ଶାହାରୁଖ, ଶ୍ରେଷ୍ଠ କଳାକାର ତାଲିକାର ନମ୍ବର ୱାନ ପ୍ରଭାସ

ମୁମ୍ବାଇ: ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜସ୍ୱ ପସନ୍ଦ ରହିଥାଏ । କେହି କେହି ଅଭିନେତା ଶାହାରୁଖ ଖାନଙ୍କୁ ପସନ୍ଦ କରନ୍ତି ତ କେହି କେହି ଅଭିନେତା ପ୍ରଭାସଙ୍କ ଫ୍ୟାନ୍ସ । ସମସ୍ତଙ୍କର ଅଭିନୟ ଶୈଳୀ ମଧ୍ୟ ଅଲଗା ସେଥିପାଇଁ ସୋସିଆଲ ମିଡିଆରେ ସେମାନଙ୍କ ବିଷୟରେ ଅଲଗା ଅଲଗା କଥା ନେଇ ଚର୍ଚ୍ଚା ହେଉଥାଏ । କିନ୍ତୁ ଏପରି ଏକ ତାଲିକା ପ୍ରତ୍ୟେକ ସପ୍ତାହ କିମ୍ବା ପ୍ରତି ମାସରେ ବାହାରିଥାଏ ଯେଉଁଥିରେ ଶ୍ରେଷ୍ଠ ୧୦ ଜଣ ଅଭିନେତାଙ୍କ ତାଲିକା ପ୍ରସ୍ତୁତ ରହିଥାଏ ।

ବାସ୍ତବରେ ଏହି ତାଲିକା ଓରମାକ୍ସ ମିଡିଆ ପ୍ରସ୍ତୁତ କରିଥାଏ । ଯେଉଁଥିରେ ସୋସିଆଲ ମିଡିଆର ଭାଇରାଲ ହେଉଥିବା ଅଭିନେତାଙ୍କ ଘଟଣାକୁ ନେଇ ସେଲିବ୍ରେଟିଙ୍କ ତାଲିକା ପ୍ରସ୍ତୁତ କରାଯାଏ । ଏହି ତାଲିକା ପ୍ରତି ସପ୍ତାହରେ ନଚେତ ପ୍ରତି ମାସରେ ଥରେ ପରିବର୍ତ୍ତନ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜୁଲାଇ ୨୦୨୪ର ଶ୍ରେଷ୍ଠ ୧୦ କଳାକାରଙ୍କ ନାଁ କହିବାକୁ ଯାଉଛୁ ।

ଓରମାକ୍ସ ତାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ଶ୍ରେଷ୍ଠ ୧୦ ଜଣ କଳାକାରଙ୍କ ତାଲିକା ଉଲ୍ଲେଖ କରାଯାଇଛି । ଏହି ତାଲିକାରେ ଉଲ୍ଲେଖ କରାଯାଇଥିବା ଶ୍ରେଷ୍ଠ ୧୦ ଜଣ ଅଭିନେତାଙ୍କ ମଧ୍ୟରୁ ୭ ଜଣ ସାଉଥ ସୁପରଷ୍ଟାର ଥିବା ବେଳେ ୩ଜଣ ବଲିଉଡ ଅଭିନେତା ଅଛନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ବାହୁବଳୀ ଫେମ୍ ପ୍ରଭାସ୍ । ସେହିପରି ଦ୍ଵିତୀୟରେ ବିଜୟ, ତୃତୀୟରେ ଶାହାରୁଖ ଖାନ୍, ଚତୁର୍ଥରେ ମହେଶ ବାବୁ, ପଞ୍ଚମରେ ଜୁନିୟର ଏନଟିଆର, ଷଷ୍ଠରେ ଅକ୍ଷୟ କୁମାର, ସପ୍ତମରେ ଅଲୁ ଅର୍ଜୁନ, ଅଷ୍ଟମରେ ସଲମାନ ଖାନ, ନବମରେ ରାମ ଚରଣ ଏବଂ ଦଶମରେ ଅଜିତ କୁମାର ଅଛନ୍ତି ।

ତେବେ କହିରଖୁଛୁ ଯେ, ଶାହାରୁଖ ଖାନ ଦୀର୍ଘ ସପ୍ତାହ ଧରି ଏହି ତାଲିକାର ୧ ନମ୍ବରରେ ଥିଲେ । କିନ୍ତୁ ବର୍ତ୍ତମାନ ଶାହାରୁଖ ତୃତୀୟ ସ୍ଥାନରେ ଅଛନ୍ତି ।

 

Comments are closed.