Latest Odisha News

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ଅଭିଯୁକ୍ତ ସଞ୍ଜୟ

କୋଲକତା: କୋଲକାତାର ଆର.ଜି କର ମେଡିକାଲର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରୟ ର ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ଏହା ପରେ କୋଲକାତାର ଗୋଟିଏ କୋର୍ଟ ତା’କୁ ୧୪ ଦିନ ପାଇଁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ।

ଗିରଫ ପରେ ସିବିଆଇ ହେପାଜତରେ ଥିବା ସଞ୍ଜୟକୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେଆଲଦା ସିଭିଲ ଓ କ୍ରିମିନାଲ କୋର୍ଟକୁ ଅଣାଯାଇଥିଲା । ଏହା ସହିତ ସଞ୍ଜୟ ରୟର ପଲିଗ୍ରାଫ ଟେଷ୍ଟ କରିବାକୁ ମଧ୍ୟ ସିବିଆଇକୁ ଅନୁମତି ଦେଇଛନ୍ତି କୋର୍ଟ ।

ଅନ୍ୟପଟେ ସିବିଆଇ ପକ୍ଷରୁ ଅଭିଯୁକ୍ତର ସାଇକୋ ଆନାଲିସିସ ପରୀକ୍ଷା କରାଯାଇଛି । ଯେଉଁଥିରେ ସଞ୍ଜୟ ଏକ ଯୌନ ପୀପାସୁ ଏବଂ ପାଶବିକ ପ୍ରବୃତ୍ତିର ବ୍ୟକ୍ତି ଥିଲା ବୋଲି ଅଧିକାରୀମାନେ କହିଛନ୍ତି ।

ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲ୍ ରେ ସଞ୍ଜୟ ରୟ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୋଲିସ ସଞ୍ଜୟକୁ ଗିରଫ କରିଥିଲା ।

Comments are closed.