Latest Odisha News

BREAKING NEWS

ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଚଳିତ ଅଗଷ୍ଟ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଚଳିତବର୍ଷର ବର୍ଷା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ରିପୋର୍ଟ ମୁତାବକ, ସର୍ବାଧିକ ବର୍ଷା ଚଳିତ ମାସ ଅର୍ଥାତ୍ ଅଗଷ୍ଟ ମାସରେ ହୋଇଛି । ସହରରେ ୨୨ ଦିନ ଭିତରେ ୨୬୯.୯ ମିଲିମିଟର ବର୍ଷା ହୋଇଛି । ତେବେ ଏହା ଗତ ଦଶ ବର୍ଷରେ ସର୍ବାଧିକ ବର୍ଷା ଅଟେ ।

ଆଇଏମଡିର ତଥ୍ୟ ମୁତାବକ, ଏହୀ ପୂର୍ବରୁ ଦିଲ୍ଲୀରେ ୨୦୧୨ ଓ ୨୦୧୩ ଅଗଷ୍ଟରେ ଏହି ପରି ରେକର୍ଡ ଭାଙ୍ଗିଥିଲା ବର୍ଷା । ତେବେ ୨୦୧୩ ଅଗଷ୍ଟରେ ୩୨୧ ମିଲିମିଟର ଓ ୨୦୧୨ ମସିହା ଅଗଷ୍ଟ ମାସରେ ୩୭୮ ମିଲିମିଟର ବର୍ଷା ହୋଇଥିଲା ।

ଭାରତୀୟ ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି । ଆଜି ମଧ୍ୟ ସହରରେ ଅନେକ ସ୍ଥାନରେ ମଧ୍ୟମ ଧରଣର ପ୍ରବଳ ବର୍ଷା ନେଇ ସୂଚନା ରହିଛି । ଏନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟ ୨୫, ୨୬ ଏବଂ ୨୭ ରେ ଦିଲ୍ଲୀରେ ସାଧାରଣତଃ ପାଗ ମେଘୁଆ ରହିବ ଏବଂ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed.