Latest Odisha News

କେଉଁ କାରଣ ପାଇଁ ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ?

ସମ୍ବଲପୁର: ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀ । ସମ୍ବଲପୁର ଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ଜଣେ ନବମ ଶ୍ରେଣୀ ଛାତ୍ରୀ । ବ୍ରିଜ ଉପରେ ସାଇକେଲ ରଖି ଛାତ୍ରୀଜଣଙ୍କ ଡେଇଁପଡିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଆରମ୍ଭ ।

ଖବର ମୁତାବକ, ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି । ଆଜି ସକାଳୁ କାଜଲ ସ୍କୁଲ ଯିବା ପାଇଁ ସାଇକେଲ ଧରି ଘରୁ ବାହାରି ଥିଲେ । ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ । ଏହି ସମୟରେ ପ୍ରାତଃଭ୍ରମଣ କରୁଥିବା କିଛି ଲୋକ ଏହା ଦେଖି ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ପରେ ଖବର ପାଇ କାଜଲଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Comments are closed.