Latest Odisha News

ଆନ୍ତର୍ଜାତୀୟ ଜୁନିୟର ବ୍ୟାଡମିଂଟନ ସିରିଜ: ପ୍ରଗତିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ହାଇଦ୍ରାବାଦ କୋଟାକ ଜୁନିୟର ଆନ୍ତର୍ଜାତୀୟ ବ୍ୟାଡମିଂଟନ ସିରିଜରେ ଓଡିଶାର ଉଦୀୟମାନ ଖେଳାଳି ପ୍ରଗତି ପରିଡା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ତାଙ୍କର ଦ୍ୱିତୀୟ ଆନ୍ତର୍ଜାତୀୟ ପଦକ । ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏହି ସିରିଜ ଅନୁଷ୍ଠିତ ହୋଇଥିଲା । ପ୍ରଗତି ୧୯ ବର୍ଷରୁ କମ ମିକ୍ସଡ ଡବଲ୍ସ ଇଭେଂଟରେ ଏହି ସଫଳତା ହାସଲ କରିଛନ୍ତି । ମିଜୋରମର ସି ଲାଲରାମସାଙ୍ଗ ଓ ପ୍ରଗତି ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିରେ ଥାଇଲାଣ୍ଡର ଆଟ୍ଟୱଟ ସ୍ରିପିଉ ଓ ପାନ୍ନାୱେ ପୋଲିୟିମ ଯୋଡିଙ୍କ ନିକଟରୁ ୨୨-୨୦, ୧୪-୨୧ ଓ ୨୦-୨୨ରେ ଭାରତୀୟ ଯୋଡି ପରାଜିତ ହୋଇଥିଲେ ।

ଏହା ପରେ ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ସେମାନେ ବିଜୟ ହାସଲ କରିଥିଲେ । ଓଡିଶାର ସାଇ ରିଜିଓନାଲ ବ୍ୟାଡମିଂଟନରେ ଯାଜପୁରର ୧୭ ବର୍ଷୀୟା ପ୍ରଗତି ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ଆନ୍ତର୍ଜାତୀୟ ସିରିଜରେ ସେ ମିକ୍ସଡ ଇଭେଂଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୩୫ତମ ସବ ଜୁନିୟର ଜାତୀୟ ବ୍ୟାଡମିଂଟନ ଚାମ୍ପିୟନଶିପରେ ସେ ଗୋଟିଏ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ ।

Comments are closed.