Latest Odisha News

BREAKING NEWS

ରେସ୍’ ୪ରେ ନଜର ଆସିବେ କି ସିଦ୍ଧାର୍ଥ ମଲହୋତ୍ରା…

ନୂଆଦିଲ୍ଲୀ: ପୁଣିଥରେ ପରଦାକୁ ଆସିବାକୁ ଯାଉଛି ‘ରେସ୍’ର ସିକ୍ବେଲ୍। ରେସ୍ ୩ଟି ସିକ୍ବେଲ୍ ରିଲିଜ ହୋଇସାରିଥିଲା ବେଳେ ଏବେ ଆସିବାକୁ ଯାଉଛି ରେସ୍ ୪। ଏହା ଏକ ବିଗ୍ ବଜେଟ୍ ଚଳଚ୍ଚିତ୍ର ହେବ।

ଏହି ସିନେମାରେ ମୁଖ୍ୟ ଭୂମିକାରେ ସୈଫ ଅଲି ଖାନ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସୈଫଙ୍କୁ ତାଙ୍କ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିବ।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରମେଶ ତୌରାନୀ। ଏହି ଚଳଚ୍ଚିତ୍ରରେ ସୈଫଙ୍କ ସହ ମୁଖ୍ୟ ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇକି ପ୍ରଶଂସକଙ୍କ ମଧ୍ଯରେ ଉତ୍ସାହ ବଢିବାରେ ଲାଗିଛି।

ସୂଚନାନୁସାରେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟିଂ ଉପରେ କାମ ଚାଲିଛି। ସିଦ୍ଧାର୍ଥ, ସୈଫଙ୍କ ବିପକ୍ଷରେ ନଜର କରିବେ। ଫିଲ୍ମର ସ୍କ୍ରିପ୍ଟିଂ ସରିବା ପରେ ନିର୍ମାତାମାନେ କାଷ୍ଟ ନେଇ ଘୋଷଣା କରିବେ। ପୁରୁଣା ରାଇଟର୍ସମାନେ ଫିଲ୍ମର ସ୍କ୍ରିପ୍ଟିଂ କରୁଛନ୍ତି।

ରେସ୍ ୪ର ପ୍ରି-ପ୍ରଡକ୍ସନ କାମ ଆସନ୍ତା ବର୍ଷ ୨୦୨୫ରେ ଆରମ୍ଭ ହେବ। ନଭେମ୍ବର ସୁଦ୍ଧା ଫିଲ୍ମର ସ୍କ୍ରିପ୍ଟିଂ ଶେଷ ହେବ। ଏହା ପରେ ଉଭୟ ତାରକା ଫିଲ୍ମରେ ସାଇନ୍ କରିବେ। ସୈଫ ଅଲି ଖାନ ସମସ୍ତ ରେସ ଫ୍ରାଞ୍ଚାଇଜରେ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ପ୍ରଥମ ଭାଗରେ ସୈଫ ଏବଂ ଜନଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଇଥିଲା। ଦ୍ୱିତୀୟ ଭାଗରେ ସୈଫ ଏବଂ ବବି ଦେଓଲଙ୍କ ମଧ୍ୟରେ ଫାଇଟ୍ ହୋଇଥିଲା।

 

Comments are closed.