Latest Odisha News

ବିସିସିଆଇ ସେକ୍ରେଟାରୀ ଦୌଡରେ ଆଗରେ ଅଛନ୍ତି ରୋହନ ଜେଟଲୀ

ନୂଆଦିଲ୍ଲୀ: ଆଇସିସି ଚେୟାରମ୍ୟାନ ଦୌଡରେ ଜୟ ଶାହ ଆଗରେ ଅଛନ୍ତି । ଯଦି ସେ ଚେୟାରମ୍ୟାନ ହେବେ ତେବେ ବିସିସିଆଇ ସେକ୍ରେଟାରୀ କିଏ ହେବ ସେ ନେଇ ଆକଳନ ଆରମ୍ଭ ହୋଇଛି । ଜୟ ଶାହ ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ କରି ନାହାନ୍ତି ଯେ, ଆଇସିସି ଚେୟାରମ୍ୟାନ ନିର୍ବାଚନ ଲଢ଼ିବେ କି ନାହିଁ । ଆଇସିସିର ୧୬ ସଦସ୍ୟଙ୍କ ମଧ୍ୟରୁ ୧୫ଜଣଙ୍କ ସମର୍ଥନ ତାଙ୍କ ପାଖରେ ରହିଛି । ସେପ୍ଟେମ୍ବର ୨୦୨୫ରେ ଜୟ ଶାହଙ୍କ କାର୍ଯ୍ୟକାଳ ବିସିସିଆଇ ସେକ୍ରେଟାରୀ ଭାବେ ଶେଷ ହେବ । ୨୭ ଅଗଷ୍ଟ ସୁଦ୍ଧା ଜୟ ଶାହଙ୍କୁ ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ କରିବାକୁ ହେବ ।

ଅରୁଣ ଜେଟଲୀଙ୍କ ପୁଅ ରୋହନଙ୍କ ସପକ୍ଷରେ ବିିସିସିଆଇ ସେକ୍ରେଟାରୀ ପାଇଁ ଆବଶ୍ୟକ ସମର୍ଥନ ରହିଛି । ସେ ଏବେ ଡିଡିସିଏ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ବର୍ତମାନର ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ସମେତ ଅନ୍ୟ ବିିସିସିଆଇ ଶୀର୍ଷ ଅଧିକାରୀ ପୂର୍ବ ଭଳି ଦାୟିତ୍ୱରେ ରହିବେ । ସେମାନଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପାଇଁ ଏକ ବର୍ଷ ସମୟ ରହିଛି ।

Comments are closed.