Latest Odisha News

BREAKING NEWS

ଯୁବକଙ୍କ ପେଟରୁ ବାହାରିଲା ଚାବି ରିଙ୍ଗ, ଛୁରୀ ଓ ନେଲକଟର; ଜାଣନ୍ତୁ ପୂରା ଘଟଣା

ମୋତିହାରୀ: ଜଣେ ଯୁବକଙ୍କ ପେଟରୁ ଏକ ଚାବି ରିଙ୍ଗ, ଏକ ଛୋଟ ଛୁରୀ ଏବଂ ନେଲକଟର ସମେତ ଅନେକ ଧାତୁ ଜିନିଷ ବାହାର କରିଛନ୍ତି ବିହାରର ଡାକ୍ତର ମାନେ।

ସୂଚନା ଅନୁଯାୟୀ, ୨୨ ବର୍ଷ ବୟସ୍କ ଜଣେ ଯୁବକ କିଛି ଦିନ ପୂର୍ବରୁ ପେଟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୋତିହାରୀସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ରବିବାର ଦିନ ତାଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଥିଲା।

ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍ ଅନୁଯାୟୀ, ଯୁବକ ଜଣକ ମାନସିକ ରୋଗରେ ଚିକିତ୍ସିତ ହେଉଥିଲେ। ଏକ୍ସ-ରେ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କ ପେଟରେ କିଛି ଧାତୁ ଭଳି ପଦାର୍ଥ ରହିଛି।ଅସ୍ତ୍ରୋପଚାର ସମୟରେ ଏକ ଚାବି ରିଙ୍ଗ ବାହାର କରାଯାଇଥିଲା ।ପରେ ତାଙ୍କ ପେଟରୁ ଦୁଇଟି ଚାବି, ଚାରି ଇଞ୍ଚ ଲମ୍ବା ଛୁରୀ ଏବଂ ଦୁଇଟି ନେଲକଟର ବାହାର କରାଯାଇଥି।

ବର୍ତ୍ତମାନ ଯୁବକ ଜଣକ ଠିକ୍ ଅଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ଯବସ୍ଥା ସୁଧୁରୁଛି ବୋଲି ଡାକ୍ତର ମାନେ ପ୍ରକାଶ କରିଛନ୍ତି। ତେବେ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରିଦିଆଯିବ।

 

 

Comments are closed.