Latest Odisha News

BREAKING NEWS

କାହିଁକି ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ମନା?

ଭୁବନେଶ୍ବର: ଏଥର ବିଧାନସଭା ଭିତରେ ମୋବାଇଲ ଓ ପାଣି ବୋତଲ ବ୍ୟବହାର ନେଇ ଲାଗିଲା ରୋକ । କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ ।

ଖବର ମୁତାବକ, ଆଜି ଗୃହ ଚାଲିଥିବାବେଳେ, ସୋର ବିଧାୟକ ଗୃହରେ ଫଟୋ ଉଠାଉଥିବା ଦେଖି ଏହାକୁ ବାରଣ କରିଥିଲେ ବାଚସ୍ପତି ସୁରମା ପାଢୀ । ଏହାପରେ ବିଧାନସଭା ଗୃହ ମଧ୍ୟକୁ ମୋବାଇଲ ନ ନେଇ ଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଖାଲି ସେତିକି ନୁହେଁ ଗୃହ ଚାଲିଥିବା ସମୟରେ ଅନେକ ବିଧାୟକ ମାନେ ମୋବାଇଲରେ କଥା ହେଉଥିବା ନଜିର ରହିଛି । ତେଣୁ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଲେ ବାଚସ୍ପତି । ଏହା ସହ ପାଣି ବୋତଲ ମଧ୍ୟ ବିଧାନସଭା ଭିତରକୁ ଯାଇପାରିବେ ନାହିଁ କୌଣସି ବିଧାୟକ । ବିଧାନସଭା ବାହାରେ ପିଇବା ପାଣିର ବ୍ୟବସ୍ଥା ରହିଛି ।

ତେଣୁ ବିଧାନସଭା ଭିତରେ ମୋବାଇଲର ବ୍ୟବହାର ଓ ପାଣି ବୋତଲ ବ୍ୟବହାର କରିବା ଅନୁଚିତ ବୋଲି କହିଛନ୍ତି ବାଚସ୍ପତି ।

Comments are closed.