Latest Odisha News

BREAKING NEWS

ରାଜଧାନୀରୁ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର: ପୁଣି ଜଣେ ନକଲି ଡାକ୍ତର ଗିରଫ । ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ତାଙ୍କ ନାମ କୁମାର କାଣ୍ଡି । ତାଙ୍କ ନିକଟରୁ ବହୁ ପରିମାଣର ନକଲି ଔଷଧ ଜବତ ହୋଇଛି ।

କ୍ୟାନ୍ସରରୁ ଆରମ୍ଭ କରି ଓଜନ କମାଇବା, ସୁନ୍ଦର ଦେଖାଯିବା ଓ ଏସିଡିଟି ଆଦି ସମସ୍ୟାକୁ ଦୂର କରିବା ପାଇଁ ଡାକ୍ତର ସାଜି ଲୋକଙ୍କୁ ଲୁଟୁଥିଲେ । କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକ୍ରି କରିଥିବା ମଧ୍ୟ ସୂଚନା ରହିଛି । ଏସବୁ ଔଷଧ ଖାଇବା ପରେ ଅନେକଙ୍କ ନିକଟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥିଲା ।

ତାଙ୍କୁ ଫୋନ କରିବା ପରେ ନକଲି ଡାକ୍ତର ଜଣଙ୍କ ଆଉ ଫୋନ ଉଠାଉନଥିଲେ । ଏନେଇ ପୋଲିସ ରେ ଅଭିଯୋଗପରେ ଅଭିଯୁକ୍ତ ଅଜୟ କୁମାର କାଣ୍ଡିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ତା ନିକଟରୁ ହଜାର ହଜାର ଟଙ୍କାର ଔଷଧ ଜବତ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ଅଜୟ ଉକ୍ତ ବାଇକ ରେ ବୁଲି ବୁଲି ଔଷଧ ଦେଉଥିବା ଖବର ରହିଛି ।

Comments are closed.