Latest Odisha News

BREAKING NEWS

ଖୁସି ଖବର: ମା ହେଲା ସିଂହୀ ବିଜଲୀ

କଟକ: ଖୁସି ପରେ ଖୁସି l ପୁଣି ନନ୍ଦନକାନନରୁ ଆସିଲା ଖୁସି ଖବର l ମା ହେଲା ସିଂହୀ ବିଜଲୀ। ଆଜି ସିଂହୀ ବିଜଲୀ ୫ଟି ସାବକ ଜନ୍ମ ଦେଇଥିବା ସୂଚନା ମିଳିଛି l ବିଜଲୀ ୫ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ଘଟିଛି । ଉଭୟ ମା ଓ ଶାବକ ପ୍ରାଣୀ ଉଦ୍ୟାନ ଚିକିତ୍ସାଳୟର ଫିଡିଙ୍ଗ ଚାମ୍ବରରେ ଥିବାବେଳେ ସେମାନଙ୍କୁ ସିସିଟିଭି ନଜରରେ ରଖାଯାଇଛି। ଯେପରି କୌଣସି ଅସୁବିଧା ନ ଘଟେ କତୃପକ୍ଷ ସେଥିପ୍ରତି ନଜର ରଖି୍ଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇଥିଲା l ସେତେବେଳେ ୪ ଟି ଛୁଆ ଜନ୍ମକରିଥିଲା ବିଜଲୀ । ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ । ଏହାପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ କୋଲକାତାସ୍ଥିତ ଆଲିପୁର ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗତକାଲି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ନନ୍ଦନକାନନ କର୍ତ୍ତୃପକ୍ଷ ୪ ପ୍ରଜାତିର ୯ ଜନ୍ତୁ ଆଲିପୁର ଚିଡ଼ିଆଖାନାକୁ ପଠାଇଛନ୍ତି। ଏହାର ପ୍ରତିବଦଳରେ ସେଠାରୁ ୪ ପ୍ରଜାତିର ୧୮ ଜନ୍ତୁ ଆସିଛନ୍ତି। ଗତକାଲି ନନ୍ଦନକାନନରୁ ଏକ ଟିମ୍‌ ଜିରାଫ୍‌ ଆଣିବାକୁ ଆଲିପୁର ଚିଡ଼ିଆଖାନାକୁ ଯାଇଥିଲା l

Comments are closed.