Latest Odisha News

ଧନୀ ତାଲିକାର ଶୀର୍ଷରେ ଗୌତମ ଆଦାନୀ

ନୂଆଦିଲ୍ଲୀ: ପୋର୍ଟ, ବିମାନବନ୍ଦର, ସିମେଣ୍ଟ ଏବଂ ସବୁଜ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପପତି ଗୌତମ ଆଦାନୀ ବର୍ତ୍ତମାନ ଏସିଆ ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ବନିଛନ୍ତି। ଦୀର୍ଘ ଦିନ ଧରି ନମ୍ବର ୧ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ।

ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୪ ଅନୁଯାୟୀ, ୩୧ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ଗୌତମ ଆଦାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ତାଙ୍କ ସମ୍ପତ୍ତି ୧୧.୬ ଲକ୍ଷ କୋଟି ଅତିକ୍ରମ କରିଛି।

୨୦୨୪ ସୁଦ୍ଧା ଭାରତରେ ଧନୀ ସଂଖ୍ଯାରେ ୨୯ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଦେଶରେ ବିଲେନିୟରଙ୍କ ସଂଖ୍ୟା ୩୩୪କୁ ବୃଦ୍ଧି ପାଇଛି।

ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଭାରତୀୟ ବିଲିୟନେୟାର ହୁରୁନ୍ ରିଚ୍ ତାଲିକା ୨୦୨୪ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୧୩ ବର୍ଷ ପୂର୍ବେ ପ୍ରକାଶିତ ତାଲିକାରୁ ଏହା ୬ ଗୁଣ ଅଧିକ । ତାଲିକାର ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ବାନୀଙ୍କ ନାମ ରହିଛି, ଯାହାଙ୍କ ସମ୍ପତ୍ତି ୧,୧୪,୭୦୦ କୋଟି ଟଙ୍କା।

ଅପରପକ୍ଷରେ ପ୍ରଥମ ଥର ଲାଗି ବଲିଉଡ୍ ଅଭିନେତା ଶାହରୁଖ ଖାନ ଏହି ତାଲିକାରେ ସାମିଲ ହୋଇଛନ୍ତି। ଶାହରୁଖଙ୍କ ମୋଟ ସମ୍ପତ୍ତି ୭ ହଜାର ୩୦୦ କୋଟି ବୋଲି ଦର୍ଶାଯାଇଛି।

ସେହିପରି ଏହି ତାଲିକାରେ ଜୁହି ଚାୱଲାଙ୍କ ସମେତ ଅନ୍ୟ କିଛି ତାରକାଙ୍କ ନାମ ମଧ୍ୟ ରହିଛି । ଜୁହି ଚାୱଲାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ଏବେ ୪୬୦୦ କୋଟି ଟଙ୍କାରେ ପହଞ୍ଚିଛି । ଅମିତାଭ ବଚ୍ଚନ ଧନୀ ବ୍ୟକ୍ତିଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅମିତାଭ ବଚ୍ଚନଙ୍କ ମୋଟ ସମ୍ପତ୍ତି ହେଉଛି ୧୬୦୦ କୋଟି ଟଙ୍କା। ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର। ତାଙ୍କର ମୋଟ ସମ୍ପତ୍ତି ୧୪୦୦ କୋଟି ଟଙ୍କା ବୋଲି ଜଣାପଡିଛି।

Comments are closed.