Latest Odisha News

BREAKING NEWS

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଉପସ୍ଥାପନା ହେବ ଚଳିତ ଆର୍ଥିକ ବର୍ଷର ବଜେଟ୍‌ । ତେବେ ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ବସିଛି ଅର୍ଥ ସବ୍‌କମିଟି ବୈଠକ ।

ଆଜି ବସିଥିବା ଅର୍ଥ ସବ୍‌କମିଟି ବୈଠକରେ ୩୮୬ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇଛି । କାଲି ପରିଚାଳନା କମିଟି ବୈଠକରେ ବଜେଟ୍‌ ଅନୁମୋଦନ କରାଯିବ । ସେପଟେ ଆଡ଼ପ ପହଣ୍ଡି ବିଭ୍ରାଟ ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ଉପସ୍ଥାପନ ହେବ । ଏବଂ ମହାପ୍ରଭୁଙ୍କ ପାଇଁ ନୂଆ ସୁନା ଅଳଙ୍କାର ସେଟ୍‌ ଗଢ଼ାଯିବା ନେଇ ମଧ୍ୟ ଆଲୋଚନା କରାଯିବ ।

ତେବେ ଗତ ଜୁଲାଇ ୧୦ ତାରିଖରେ ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ନେଇ ବିଶେଷ ଆଲୋଚନା ହୋଇଥିଲା।

Comments are closed.