Latest Odisha News

BREAKING NEWS

ଆଉ ବର୍ଷେ ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନା । କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କଲେ ରାଜ୍ୟ ସରକାର । ଏହାର ସମୟ ସୀମା ଚଳିତ ମାସ ୩୧ ତାରିଖ ପର୍ଯ୍ୟୱନ୍ତ ଥିବାବେଳେ ଏଠାକୁ ଆଉ ଏକ ବର୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ତେଣୁ ଗତ ବର୍ଷର ତାଲିକା ଚଳିତ ବର୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ପ୍ରତିବର୍ଷ ଜୁନ୍ ବା ଜୁଲାଇ ମାସରୁ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଥାଏ । ଆଉ ଚଳିତ ବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହେଲାଣି କି ନାହିଁ ବୋଲି ସେ ଏହି ପ୍ରଶ୍ନ ପଚାରିଥିଲେ ।

ଏହା ସହ ଏହି ସ୍ୱାସ୍ଥ୍ୟବୀମା ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିଦେବେ ବୋଲି ସେ ପ୍ରଶ୍ନ କରିଥିଲେ । ଆଉ ତାଙ୍କ ପ୍ରଶ୍ନର ଜବାବ ରଖିଥିଲେ ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Comments are closed.