Latest Odisha News

ପାରା ଅଲିମ୍ପିକ୍ସ: ଭାରତର ପଦକ ସଂଖ୍ୟା ୪ରେ ପଂହଚିଲା

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶୁକ୍ରବାର ୪ ପଦକ ହାସଲ କରିଛି । ମହିଳା ଶୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଏବଂ ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା ୧୦ ମିଟର ଏୟାର ରାଇଫଲ ଶୁଟିଂ ଏସଏଚ୧ କାଟାଗୋରୀରେ ଲେଖରା ୨୪୯.୭ ପଂଏଟ ସହ ପ୍ରଥମ ସ୍ଥାନରେ ରହିଥିଲେ । କୋରିଆର ୟୁନୁରୀ ଲି ୨୪୬.୮ ପଂଏଟ ସହ ରୌପ୍ୟ ଓ ମୋନା ୨୨୮.୭ ପଂଏଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ନରୱାଲ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୩୪.୯ ଫାଇନାଲ ସ୍କୋର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ । କୋରିଆର ଜିୟୋନଗୁଣ୍ଡୁ ୨୩୭.୪ ପଂଏଟସ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ମହିଳା ୧୦୦ ମିଟର ଟି୩୫ କାଟାଗୋରୀରେ ପ୍ରୀତି ପାଲ ବ୍ରୋଞ୍ଜ ପଦକ ହାତେଇଛନ୍ତି । ସେ ୧୪.୨୧ ପଂଏଟ ସହ ତୃତୀୟ ସ୍ଥାନରେ ରହିଥିଲେ । ଚୀନର ଜିୟା ଝୋଉ ସ୍ୱର୍ଣ୍ଣ ଏବଂ କିଆନ ଗୁଓ ରୌପ୍ୟ ପଦକ ହାସଲ କରିଛନ୍ତି । ବ୍ୟାଡମିଂଟନ ମହିଳା ସିଙ୍ଗଲ୍ସରେ ମାନସୀ ଯୋଶୀ ଗ୍ରୁପ ଷ୍ଟେଜର ଦ୍ୱିତୀୟ ମୁକାବିcଲା ହାରି ଯାଇଛନ୍ତି । ସେହିପରି ଡିସକସ ଥ୍ରୋ ଏଫ୫୫ କାଟାଗୋରୀରେ ସାକ୍ଷୀ କସନା ଓ ଜ୍ୟୋକି କରମ ପଦକ ହାସଲ କରିପାରି ନାହାନ୍ତି ।

Comments are closed.