Latest Odisha News

ରାଜ୍ୟରେ ଅପରାଧ ଓ ଆଇନ ଶୃଙ୍ଖଳାକୁ ନେଇ ଶ୍ୱେତ ପତ୍ର ଜାରି କଲା ଗୃହ ବିଭାଗ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ ହୋଇଛି । ଏହି ଶ୍ବେତପତ୍ରରେ ରାଜ୍ୟରେ ଅପରାଧ ଆଇନ ଶୃଙ୍ଖଳା ନେଇ ତଥ୍ୟ ଦିଆଯାଇଛି । ଏଥିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତବର୍ଷ ଅର୍ଥାତ ୨୦୨୩ ରେ ୨ ହଜାର ୮୨୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୨୭୬୨ଟି ମାମଲା ସତ୍ୟ ଅଟେ । ସେଥିରୁ ୧୮୪୭ ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି ।

ସେହିପରି, ରୁଜୁ ହୋଇଥିବା ୧୬୫୫ଟି ଦଙ୍ଗା ମାମଲା ମଧ୍ୟରୁ ୧୬୧୯ ସତ୍ୟ । ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି ।

୨୦୨୩ରେ ପୋଲିସ ପକ୍ଷରୁ ୫ ଥର ଗୁଳିଚାଳନା ହୋଇଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୩୬୨ ଟି ହତ୍ୟା, ୩୭୦ ଡକାୟତି, ୨୯୬୧ଟି ଲୁଣ୍ଠନ, ୬୦୭୧ଟି ସିନ୍ଧିଚୋରୀ, ୧୬୮୫୧ଟି ଚୋରି, ୬୧୯୬ଟି ପ୍ରତାରଣା, ୧୬୫୫ଟି ଦଙ୍ଗା, ୨୮୨୬ଟି ଦୁଷ୍କର୍ମ, ୧୧୯୯୨ଟି ମଟରଯାନ ଦୁର୍ଘଟଣା, ୧୪୯୬୭୦ବିଭିନ୍ନ ମାମଲା ରହିଛି ।

୨୦୨୩ରେ ଯୌତୁକ ଜନିତ ହତ୍ୟା୨୩୧ଟି ମୋକଦ୍ଦମା ହୋଇଥିବା ବେଳେ ୯୫ ଟି ର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ସେହିପରି ଯୌତୁକ ଜନିତ ଆତ୍ମହତ୍ୟା ୨୦୨୩ରେ ୧୦୬ଟି ରୁଜୁ ହୋଇଥିବା ମୋକଦ୍ଦମା ମଧ୍ୟରୁ ୮୨ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

Comments are closed.