Latest Odisha News

BREAKING NEWS

ଦକ୍ଷିଣ ଇରାନରେ ୮୦ ଡିଗ୍ରୀ ଟପିଲା ତାପମାତ୍ରା! 

ତେହରନ: ଦକ୍ଷିଣ ଇରାନରେ ଏକ ସ୍ଥାନର ତାପମାତ୍ରା ପୃଥିବୀର ସବୁ ରେକର୍ଡକୁ ପାର୍ କରିଛି । ହିଟ୍ ଇଣ୍ଡେକ୍ସ ପାରଦ ୮୨.୨ ଡିଗ୍ରୀ ସେଲସିୟସ ଛୁଇଁଥିବା କୁହାଯାଇଛି ।

ଯାହା ଫଳରେ ତୁରନ୍ତ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଏହି ହିଟ୍ ଇଣ୍ଡେକ୍ସ ପୃଥିବୀରେ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ତାପମାତ୍ରା ଠାରୁ ବି ଅଧିକ ବୋଲି କୁହାଯାଉଛି।

ଇରାନ ପାଣିପାଗ ବିଜ୍ଞାନ ସଂଗଠନ ଅଗଷ୍ଟ ୩୧ ତାରିଖରୁ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଇବା ନେଇ ଆଶଙ୍କା କରିଥିଲେ ।

ଅପରପକ୍ଷରେ ଆମେରିକା ପାଣିପାଗ ବିଜ୍ଞାନୀ କାଲିନ୍ ମୈକାର୍ଥୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି, ସତ୍ୟତା ଜାଣିବା ପାଇଁ ପାଣିପାଦ ବିଭାଗ ପକ୍ଷରୁ ରେକର୍ଡ ହୋଇଥିବା ତାପମାତ୍ରାର ଯାଞ୍ଚ ହେବାର ଆବଶ୍ୟକତା ରହିଛି । ଗ୍ଲୋବାଲ ଓ୍ବାର୍ମିଂ କାରଣରୁ ଭୀଷଣ ଗରମ ଏବଂ ଅତ୍ୟଧିକ ତାପମାତ୍ରା ଅନୁଭୂତ ଘଟଣାମାନ ସାମ୍ନାକୁ ଆସୁଛି ବୋଲି କହିଛନ୍ତି ଜଳବାୟୁ ବିଜ୍ଞାନୀ।

 

Comments are closed.