Latest Odisha News

ଓଟିଟିରେ ଧମାକା କରିବ ‘ବ୍ୟାଡ୍ ନ୍ୟୁଜ୍’, ଏହି ପ୍ଲାଟଫର୍ମରେ ହେଲା ରିଲିଜ

ମୁମ୍ବାଇ: ଥିଏଟରରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପରେ ଭିକି କୌଶଲ, ତ୍ରିପ୍ତି ଡିମ୍ରି ଏବଂ ଏମି ବିର୍କଙ୍କ କମେଡି ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍’ ଏବେ ଓଟିଟି ରେ ରିଲିଜ ହୋଇଛି । ବଡ ପରଦା ପରେ ଧର୍ମା ପ୍ରଡକ୍ସନ୍ ର ଏହି ଫିଲ୍ମ ବର୍ତ୍ତମାନ ଓଟିଟି ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ । ଯେଉଁମାନେ ପ୍ରେକ୍ଷାଳୟରେ ଏହି ଚଳଚ୍ଚିତ୍ର ଦେଖିବାପାରି ନାହାଁନ୍ତି, ସେମାନେ ବର୍ତ୍ତମାନ ଏହାକୁ ଘରେ ବସି ଓଟିଟି ଦେଖି ମଜା ନେଇ ପାରିବେ ।

ଆନନ୍ଦ ତିୱାରୀଙ୍କ ନିର୍ଦ୍ଦେଶିତ ଓ ଭିକି କୌଶଲଙ୍କ ଅଭିନୀତ ‘ବ୍ୟାଡ୍ ନ୍ୟୁଜ୍’ ଅଗଷ୍ଟ ୩୧ ଶୁକ୍ରବାର ଦିନ ଆମାଜନ ପ୍ରାଇମ ଭିଡିଓରେ ଅନଲାଇନରେ ପ୍ରସାରିତ ହେଉଛି । ଏହାକୁ ଦେଖିବା ପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ରାଇମ୍ ଭିଡିଓରେ ରେଟ୍ ଦେଖି ଆପଣ ଏହି ଚଳଚ୍ଚିତ୍ରକୁ ଘରେ ଦେଖିପାରିବେ ।

ଫିଲ୍ମ ‘ବ୍ୟାଡ୍ ନ୍ୟୁଜ୍’ରେ ଭିକି କୌଶଲ ଏବଂ ତୃପ୍ତି ଡିମ୍ରିଙ୍କ ସିଜଲିଂ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏଥିସହ ଏହାର ଗୀତ ‘ତୌବା ତୌବା’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିଲା । ଏହି ଗୀତର ଡ୍ୟାନ୍ସ ମଧ୍ୟ ବହୁତ ଟ୍ରେଣ୍ଡ ହୋଇଗଲା । ତେବେ ଏହି ଚଳଚ୍ଚିତ୍ରଟି କ୍ରିଟିକ୍ସମାନଙ୍କ ଠାରୁ ମିଶ୍ରିତ ସମୀକ୍ଷା ଗ୍ରହଣ କରିଥିଲା ​​ଏବଂ ଫିଲ୍ମ ଏକ୍ସପର୍ଟ ମାନଙ୍କ ଠାରୁ ପଜିଟିଭ ସମୀକ୍ଷା ମଧ୍ୟ ପାଇଥିଲା ।

୨୦ ଜୁଲାଇ ୨୦୨୪ ଶୁକ୍ରବାର ଦିନ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ରଟି ରିଲିଜ ପରେ ୮.୫୦ କୋଟିରୁ ଅଧିକ ଆୟ କରିଥିଲା ​​ଏବଂ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ।

ଚଳଚ୍ଚିତ୍ରର କାହାଣୀ ହେଟେରୋପାଟେରାଲ୍ ସୁପରଫେକଣ୍ଡେସନର ଚିକିତ୍ସା ସମସ୍ୟା ସହିତ ଜଡିତ, ଯାହାର ଅର୍ଥ ହେଉଛି ଦୁଇ ଜଣଙ୍କ ସହିତ ପୃଥକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କର ଯାଆଁଳା ସନ୍ତାନ ଏବଂ ଉଭୟଙ୍କର ଭିନ୍ନ ପିତା ଅଛନ୍ତି । ଏହି ଫିଲ୍ମରେ ବିକି, ତ୍ରିପ୍ତୀଙ୍କୁ ବିବାହ କରିଥିବା ବେଳେ କିନ୍ତୁ ତ୍ରିପ୍ତୀ ଦୁଇ ଯାଆଁଳା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଯାହାର ଆଉ ଜଣେ ପିତା ହେଉଛନ୍ତି ଆମି । ଆଉ ଏହା ପରେ କାହାଣୀରେ ଟ୍ୱିଷ୍ଟ ଆସୁଛି ।

Comments are closed.