Latest Odisha News

ସେପ୍ଟେମ୍ବରରେ ତିନି ଦିନିଆ ଆମେରିକା ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ତିନି ଦିନିଆ ଆମେରିକା ଗସ୍ତରେ ଯିବେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ସେପ୍ଟେମ୍ବର ୮ରୁ୧୦ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ରାହୁଲ । ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବେ । ଏହି ଦୁଇ ଦିନିଆ ଗସ୍ତ ମଧ୍ୟରେ ରାହୁଲ ଗାନ୍ଧୀ ଟେକ୍ସାସ, ଡାଲ୍ଲାସ ଓ ୱାଶିଂଟନ ଡିସିରେ ଭାରତୀୟ ବଂଶୋଦ୍ଭବ, ଶିକ୍ଷାର୍ଥୀ, ଶିକ୍ଷାବିତ ଓ ଆଇନ ପ୍ରଣୟନକାରୀଙ୍କୁ ଭେଟିବେ ।

ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଦା ।

ସାମ କହିଥିଲେ ଯେ “ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ସଭାପତି ହେବା ପରଠାରୁ ମୋତେ ଭାରତୀୟ ପ୍ରବାସୀ, କୂଟନୀତିଜ୍ଞ, ଶିକ୍ଷାବିତ୍, ବ୍ୟବସାୟୀ, ରାଜନେତା, ଅନ୍ତର୍ଜାତୀୟ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଲୋକମାନେ ରାହୁଲଙ୍କ ଗସ୍ତ ପାଇଁ ଅନୁରୋଧ କରୁଛନ୍ତି” । ଏନେଇ ଆମ ପାଖକୁ ଅନେକ ଅନୁରୋଧ ଆସିଥିଲା । ତେଣୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଆସୁଥିବା ସେ ସୂଚନା ଦେଇଛନ୍ତି ।

Comments are closed.