Latest Odisha News

ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ, ୨ ମୃତ ଓ ଜଣେ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରେସି ଜିଲ୍ଲାରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ସୋମବାର ଦିନ ଭୂସ୍ଖଳନ ଘଟି ଦୁଇଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପଞ୍ଚି ନିକଟ ମାର୍ଗରେ ଏହି ଭୂସ୍ଖଳନ ଘଟି ଏକ ଓଭରହେଡ୍ ଲୁହା ଗଠନକୁ କ୍ଷତି ପହଞ୍ଚାଇଥିଲା।

ଭୂସ୍ଖଳନ ଖବର ମିଳିବା ପରେ ଶ୍ରୀ ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡର ବିପର୍ଯ୍ୟୟ ପରିଚାଳନା ଦଳ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହତ ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ବିପଦ ମୁକ୍ତ ଥିବା ଜଣାପଡିଛି।

 

 

Comments are closed.