Latest Odisha News

ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର

ସମ୍ବଲପୁର: ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର। ସମ୍ବଲପୁର ବାସିନ୍ଦାଙ୍କୁ ଥରାଇ ଦେଇଛି। ଗତ କିଛି ଦିନ ହେବ ସହରର ସାସନ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏଭଳି ଜଣେ ଚୋରର ଗତିବିଧି ଧରାପଡିଛି।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋରଟି ରାତିରେ ଉଲଗ୍ନ ହୋଇ ମୁଖା ପିନ୍ଧି ଘର ମଧ୍ୟରେ ପଶୁ ଥିବାର ନଜର ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହେବା ସହ ପୋଲିସରେ ଜଣାଇଥିଲେ। ଯାହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ଅଗଷ୍ଟ ୩୧ରେ ରାଣୀଖଣ୍ଡା ଗ୍ରାମର ଅରୁଣ ଅଗ୍ରୱାଲ ସାସନ ପୋଲିସରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ସେ ଦେଇଥିବା ସିସିଟିଭି ଫୁଟେଜରେ ଚୋର ଉଲଗ୍ନ ଅବସ୍ଥାର ଥିବା ସହ ମାସ୍କ ପିନ୍ଧିଥିଲା। ଆଉ ଦୋକାନରୁ ଫେଶ ୱାସ , ବେକିଂ ପାଉଡର, ହେୟାର ଅଏଲ, ଟୁଥପେଷ୍ଟ ଏବଂ ରନ୍ଧା ତେଲ ଆଦି କାର୍ଟନ ଲୁଟ କରାଯାଇଥିଲା।

 

 

Comments are closed.