Latest Odisha News

କ୍ୟାରିୟରରେ ୯୦୦ ଗୋଲ ସ୍କୋର କରି ଭାବପ୍ରବଣ ହେଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କ୍ୟାରିୟରର ୯୦୦ ଗୋଲ ସ୍କୋର କରିବା ପରେ ଭାବପ୍ରବଣ ହୋଇ ପଡିଛନ୍ତି । ୟୁଇଏଫଏ ନେଶନ୍ସ ଲିଗରେ କ୍ରୋଏସିଆ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ପର୍ତୁଗାଲ ୨-୧ ଗୋଲରେ କ୍ରୋଏସିଆକୁ ପରାସ୍ତ କରିଛି । ୩୯ ବର୍ଷୀୟ ରୋନାଲ୍ଡୋ ଗୋଲ ସ୍କୋର କରିବା ପରେ ଏପରି ଖୁସି ମନେଇଥିଲେ ଯେ, ଏହା ଯେପରି ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ଗୋଲ । ପର୍ତୁଗାଲ ଜର୍ସିରେ ଏହା ତାଙ୍କର ୧୩୧ତମ ଗୋଲ । ସେ ତାଙ୍କ କ୍ୟାରିୟରର ଅଧିକାଂଶ ଗୋଲ ରିୟଲ ମାଡ୍ରିଡ ପକ୍ଷରୁ କରିଛନ୍ତି ।

ଏହା ବ୍ୟତୀତ ସ୍ପୋର୍ଟିଂ ଲିସବସ, ମଂଚେଷ୍ଟର ୟୁନାଇଟେଡ ଓ ଅଲ ନସ୍ର ପକ୍ଷରୁ ବାକି ଗୋଲ ସ୍କୋର କରିଛନ୍ତି । ରୋନାଲ୍ଡୋଙ୍କ ପଛକୁ ପ୍ରଫେଶନାଲ ଫୁଟବଲରେ ଆର୍ଜେଂଟିନାର ଲିଓନେଲ ମେସୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ଓଭରାଲ ୮୩୮ ଗୋଲ କରିଛନ୍ତି । ନେଶନ୍ସ ଲିଗ ଗ୍ରୁପ ଏରେ ପର୍ତୁଗାଲ ସହ ପୋଲାଣ୍ଡ ଓ ସ୍କଟଲାଣ୍ଡ ରହିଛନ୍ତି । ରବିବାର ପର୍ତୁଗାଲ ଓ ସ୍କଟଲାଣ୍ଡ ମଧ୍ୟରେ ମୁକାବିଲା ହେବ ।

Comments are closed.