Latest Odisha News

BREAKING NEWS

ଜାଣନ୍ତୁ ‘ଲାଲ୍ କିଲ୍ଲା’ ସମ୍ବଦ୍ଧରେ କିଛି ଅଜଣା କଥା

କଳା ସଂସ୍କୃତିର ସାମ୍ରାଜ୍ୟ ଆମଦେଶ ଭାରତ । ନିଜର ଐତିହ ଓ ପରମ୍ପରା ପାଇଁ ସାରା ବିଶ୍ୱରେ ଏହା ସୃଷ୍ଟି କରିପାରିଛି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଭାରତର କୋଣ ଅନୁକୋଣରୁ ଭାସି ଆସେ ଏହାର ମହାନତାର ବାସ୍ନା ।

ଏଠାକାର ମନ୍ଦିର ଓ ପ୍ରସ୍ତର ଆଜିବି ନିଜ ଭିତରେ ସାଇତି ରଖିଛନ୍ତି ହଜାର ହଜାର ବର୍ଷ ତଳର ଇତିହାସ । ଏହି ଐତିହ ସବୁକୁ ପାଖରୁ ଦେଖି ତାକୁ ବୁଝିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଭାରତକୁ ଛୁଟି ଆସୁଛି ।

ଇତିହାସକୁ ନିଜ ଛାତିରେ ଧରି ରଖିଥିବା ସ୍ଥାନ ମାନଙ୍କ ମଧ୍ୟରେ ‘ଲାଲ୍ କିଲ୍ଲା’ ଅନ୍ୟତମ । ଦିଲ୍ଲୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ‘ଲାଲ୍ କିଲ୍ଲା’ ୨୦୦୭ରେ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିଲା । ମୋଗଲ ବାଦଶାହା ଶାହାଜାହାନ୍ ୧୬୩୯ ମେ ୧୨ରେ ଏହି କିଲ୍ଲାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

 

ଅଧିକାଂଶ ଲୋକଙ୍କ ଧାରଣା ଯେ ‘ଲାଲ୍ କିଲ୍ଲା’ର ନାମକରଣ ପଛର ରହସ୍ୟ ହେଉଛି କିଲ୍ଲାର ଲାଲ ରଙ୍ଗ । ହେଲେ ଐତିହାସିକ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି । ‘ଲାଲ୍ କିଲ୍ଲା’ର ପ୍ରକୃତ ରଙ୍ଗ ଧଳା ଥିଲା । ନିର୍ମାଣ ସମୟରେ ଚୂନପଥରରେ ଏହି କିଲ୍ଲା ର କାମ ଆରମ୍ଭ ହୋଇଥିଲା ।

ତେବେ ଇଂରେଜ ଶାସନ ସମୟରେ କିଲ୍ଲାର ଅନେକାଂଶ ଭାଙ୍ଗିରୁଜି ଯାଇଥିଲା । ତତ୍କାଳୀନ ବ୍ରିଟିଶ୍ ସରକାର ଏହାର ମରାମତି କରିବା ସହ କିଲ୍ଲା କୁ ଲାଲ ରଙ୍ଗ ଦେଇଥିଲେ । ପରେ ଏହି କିଲ୍ଲା ‘ରେଡ୍ ଫୋର୍ଟ’ ଓ ‘ଲାଲ୍ କିଲ୍ଲା’ ନାମରେ ପରିଚିତ ହୋଇଥିଲା । ମୋଗଲ ରାଜପରିବାର ଏହି କିଲ୍ଲା ର ନାମ ‘କିଲ୍ଲା-ମୁବାରକେ-ଏ’ ରଖିଥିଲେ।

Leave A Reply

Your email address will not be published.