Latest Odisha News

BREAKING NEWS

ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ

ଦଶପଲ୍ଲା: ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ। ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ରାଘବ ବନିଗୋଛା ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରାଘବ ମଲ୍ଲିକ।

ତାଙ୍କ ଅଭିଯୋଗ ଅନୁଯାୟୀ, ବିଜେଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷକ ସରକାରୀ ଜମିରେ ହୋଟେଲ୍ କରିଥିବାରୁ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଯେଉଁ କାରଣରୁ ସେ ତାଙ୍କୁ ଧମକ ଦେଇଥିବା କହିଛନ୍ତି ରାଘବ ମଲ୍ଲିକ। ତେବେ ଏଥର ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ରହିଥିଲେ ରାଘବ ମଲ୍ଲିକ।

Comments are closed.