Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଟ୍ରକ, ଦୁଇ ମୃତ

ଭଦ୍ରକ: ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଟାଉନ ଥାନା ଅଧୀନ ବନ୍ତ ଛକ ନିକଟରେ ଦୁର୍ଘଟଣା। ବିଳମ୍ବିତ ରାତିରେ ବାଇକକୁ ଧକ୍କା ଦେଲା ଟ୍ରକ। ବାଇକରେ ଥିବା ଆରୋହୀଙ୍କ ମଧ୍ୟରୁ ୨ ମୃତ।

ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ମୃତକ ମଧ୍ୟରେ ଭଦ୍ରକ ପଥରଆଡ଼ି ଓ ବରିକପୂର ଅଞ୍ଚଳର ଦୁଇ କଣ ଯୁବକ ଥିବା ସୂଚନା ମିଳିଛି। ତେବେ ବାଇକରେ ୩ ଜଣ ଯୁବକ ଜାତୀୟ ରାଜପଥରେ ରଙ୍ଗ ରୁଟରେ ଯାଉଥିବା ବେଳେ ଟ୍ରକ ସହ ମୁହାମୁହିଁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ଟାଉନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ୨ ମୃତକଙ୍କୁ ଭଦ୍ରକ ମେଡିକାଲରେ ଶବ ବ୍ୟବଚ୍ଛେଦ କରିବା ପାଇଁ ରଖାଯାଇଛି।

Comments are closed.