Latest Odisha News

ଏସସିବିରେ ଦ୍ଵିତୀୟ ଥର ଯକୃତ ପ୍ରତିରୋପଣ ସଫଳ

କଟକ: କଟକ ଏସସିବି ମେଡିକାଲର ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗ ପାଇଁ ଆଜି ଐତିହାସିକ ଦିନ । ମେଡିକାଲରେ ଦ୍ୱିତୀୟ ଥର ପାଇଁ ହେଲା ଯକୃତ ପ୍ରତିରୋପଣ । ନୟାଗଡର ମାନସ କୁମାର ମୁଦୁଲିଙ୍କ ଯକୃତ ପ୍ରତିରୋପଣ କରାଯାଇଛି । ମାନସଙ୍କୁ ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି ଡାକ୍ତରଙ୍କ ସହ ହାଇଦ୍ରାବାଦର ଡାକ୍ତରୀ ଦଳ ମିଳିତ ଟିମ୍ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ।

ଏସସିବି ମେଡିକାଲର ଯକୃତ ପ୍ରତିରୋପଣ ବିଭାଗ ଅସ୍ତ୍ରୋପଚାର କକ୍ଷରେ ଏହି ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି ।

ହାଇଦ୍ରାବାଦରୁ ଆସିଥିବା ଡାକ୍ତର ବାଲକ୍ରିଷ୍ଣନ ମେନନ ଓ ସନ୍ତୋଷ ସାହୁଙ୍କ ସମେତ ୯ ଜଣିଆ ଡାକ୍ତରୀ ଟିମ୍ ଏସସିବି ମେଡିକାଲର ଡାକ୍ତର ରାଜେଶ କୁମାର ଦୋରାଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର କରିଥିଲେ । ବିଶେଷଜ୍ଞ ଏନେଇ ଖୁସି ପ୍ରକଟ କରିବା ସହିତ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଜଟିଳ ଅସ୍ତ୍ରୋପଚାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ଅସ୍ତ୍ରୋପଚାର ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ସେମାନଙ୍କୁ ଯକୃତ ପ୍ରତିରୋପଣ ବିଭାଗର ଆଇସିୟୁରେ ରଖାଯାଇଛି ।

Comments are closed.