Latest Odisha News

ୟୁଏସ୍ ପ୍ରେସିଡେନ୍ସିଆଲ ବିତର୍କ: ଅର୍ଥନୀତି ଓ ଗର୍ଭପାତକୁ ନେଇ ଟ୍ରମ୍ପ ଓ ହାରିସ ମୁହାଁମୁହିଁ

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପାଇଁ ୨ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବିତର୍କ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସଙ୍କ ମଧ୍ୟରେ ଏବେ ଜୋରଦାର ବିତର୍କ। ଅର୍ଥନୀତି ଓ ଗର୍ଭପାତକୁ ନେଇ ୨ ପ୍ରତିଦ୍ବନ୍ଦ୍ବୀ ହୋଇଛନ୍ତି ମୁହାଁମୁହିଁ। ଟ୍ରମ୍ପଙ୍କ ଗର୍ଭପାତ ଆଭିମୁଖ୍ୟକୁ ନେଇ ଘେରିଲେ କମଲା ହାରିସ। ଗର୍ଭପାତ ନୀତିକୁ ନେଇ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କ ମଧ୍ୟରେ ଉପୁଜିଛି ମୁହାଁମୁହିଁ ସ୍ଥିତି।

ସେ ଟ୍ରମ୍ପଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଟ୍ରମ୍ପଙ୍କ ଆଭିମୁଖ୍ୟ ୟୁଏସ ମହିଳାଙ୍କୁ ଅପମାନିତ କରିଛି। ଟ୍ରମ୍ପଙ୍କ ଯୋଜନା ୟୁଏସର ଅର୍ଥନୀତିକୁ ସଂକୋଚିତ କରିବ। ଟ୍ରମ୍ପ ରାଷ୍ଟ୍ରପତି ହେଲେ ଦେଶରେ ପୁଣି ଥରେ ଗର୍ଭପାତ ନିୟମ ଉପରେ ରୋକ୍‌ ଲଗାଇଦେବେ ବୋଲି ଚେତାଇ ଦେଇଛନ୍ତି ହାରିସ୍‌। ଏହାଦ୍ୱାରା ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତା’ ଉପରୁ ସ୍ୱାଧୀନତା ହରାଇ ବସିବେ।

ଅନ୍ୟପଟେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ଟ୍ରମ୍ପ। ଅବୈଧ ପ୍ରବାସୀ ପ୍ରସଙ୍ଗରେ କମଲା ହାରିସଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ। ଡେମୋକ୍ରାଟିକ୍‌ ଦଳକୁ ଟାର୍ଗେଟ କରି ଟ୍ରମ୍ପ କହିଛନ୍ତି, ସେମାନେ ହେଉଛନ୍ତି କଟ୍ଟରପନ୍ଥୀ, କାରଣ ସେମାନଙ୍କ ଚିନ୍ତାଧାରା ଅତ୍ୟନ୍ତ ଭୟଙ୍କର। ଗର୍ଭବତୀ ହେବାର ୯ ମାସରେ ଗର୍ଭପାତକୁ ବିଲକୁଲ୍‌ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି ଡେମୋକ୍ରାଟିକ୍‌ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ। ଏହା କିପରି ନ୍ୟାୟ ସଙ୍ଗତ ଓ ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି। ଆମେରିକା ନିର୍ବାଚନ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ଏହା ପୂର୍ବରୁ ପରମ୍ପରା ଅନୁଯାୟୀ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ମହାବିତର୍କ ।

Comments are closed.