Latest Odisha News

ପୂମସି ଇଭେଣ୍ଟରେ ଓଡିଶା ଟାଏକୋଣ୍ଡୋ ଟିମ ଚାମ୍ପିୟନ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ଆଗ୍ରା ଠାରେ ସେପ୍ଟେମ୍ବର ମାସ ୮ ରୁ ୧୦ ତାରିଖ ପର‌୍ୟନ୍ତ ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ଦ୍ୱାରା ୪୧ତମ ଜୁନିଅର ଓ ୩୮ତମ ସବ ଜୁନିଅର ଜାତୀୟ କିରୋଗୀ ଓ ୧୪ତମ ଜୁନିଅର ଓ ୧୨ତମ ସବ ଜୁନିଅର ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ଟାଏକୋଣ୍ଡୋ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କ ତତ୍ୱାବଧାନରେ କିରୋଗୀ ଇଭେଣ୍ଟ ରେ ଓଡିଶା ଟିମ ୩ଟି ସ୍ଵର୍ଣ , ୭ଟି ରୌପ୍ୟ ଓ ୧୧ଟି  କଂସ୍ୟ ପଦକ ହାସଲ କରିଛି । ପୂମସି ଇଭେଣ୍ଟ ରେ ୨୦ଟା ସ୍ଵର୍ଣ ପଦକ ପଦକ ହାସିଲ କରି ଓଡିଶା ଚାମ୍ପିୟନ ହୋଇଛି ।

ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ ପ୍ରତିଯୋଗିତାରେ ୩୧ଜଣ ବାଳକ ପ୍ରତିଯୋଗୀ ଓ ୨୪ ବାଳିକା ପ୍ରତିଯୋଗୀ  ଅଂଶ ଗ୍ରହଣ କରିଥିଲ । ଓଡିଶା ଟିମକୁ ତଦାରଖ ପାଇଁ ୧୦ଜଣ ପୁରୁଷ କୋଚ ଓ ୪ଜଣ ମହିଳା କୋଚ ମନୋନୀତ ହୋଇ ପଠାଯାଇଥିଲା । ଓଡିଶା ଟାଏକୋଣ୍ଡୋ ସଙ୍ଘରୁ ୩ଜଣ ଜାତୀୟ ରେଫରୀ ପାୟଲ ବଡ଼ଜେନା, ଅଶୋକ ସେଠି ଓ ଦୀପକ କୁମାର ପ୍ରଧାନ ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଟିମ ସଫଳତା ପାଇଁ ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଓ କୋଷାଧକ୍ଷ କେ. ମନୋଜ ପ୍ରଧାନ ସହ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ତଥା ଓଡିଶାର ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.