Latest Odisha News

ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ-ଏନସିଆର, ପାକିସ୍ତାନରେ କେନ୍ଦ୍ର ସ୍ଥଳୀ 

 

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଥିଲା।

ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ସ୍ଥଳୀ ପାକିସ୍ତାନରେ ରହିଥିଲା। ଇସଲାମାବାଦ ଏବଂ ଲାହୋରରେ ମଧ୍ଯ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।

ତେବେ ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ଆଫଗାନିସ୍ତାନରେ ମଧ୍ୟ ଅନୁଭୂତ ହୋଇଥିଲା। ଅପରପକ୍ଷରେ ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଏବଂ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି।

Comments are closed.