Latest Odisha News

‘ସୁଭଦ୍ରା’ ପାଇଁ ଚଞ୍ଚକତା: ସିଲ୍ ହେଲା ଜନସେବା କେନ୍ଦ୍ର

ଖୋର୍ଦ୍ଧା: ଏବେ ରାଜ୍ୟରେ ସୁଭଦ୍ରା କ୍ରେଜ୍ । ଗାଁ ଦାଣ୍ଡ ବଜାର ସବୁଠି ଚର୍ଚ୍ଚା । ଆଉ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ନାହିଁ ନଥିବା ଭିଡ । ହେଲେ ଏହାରି ଭିତରେ କିଛି ଖଳ ପ୍ରକୃତିର ବ୍ୟକ୍ତି ଚଞ୍ଚକତା କରି ଲୋକଙ୍କ ଠାରୁ ଟଙ୍କା ଲୁଟିବାରେ ଲାଗିଛନ୍ତି । ସୁଭଦ୍ରା ଯୋଜନା ଫର୍ମ ପୂରଣ ଓ ପଞ୍ଜିକରଣ ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ କିଛି ଜନସେବା କେନ୍ଦ୍ର କିନ୍ତୁ ଲୋକଙ୍କୁ ଭୂଆଁ ବୁଲାଇ ଏହାର ଫାଇଦା ଉଠାଉଛନ୍ତି । ଲୋକମାନେ ଟଙ୍କା ପାଇବେ ଆଶାରେ ସେମାନଙ୍କୁ ଟଙ୍କା ଦେଉଛନ୍ତି । ଏହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଘୋଷଣା ହୋଇଥିଲେ ମଧ୍ୟ ସୁଧୁରୁନାହାନ୍ତି ଲୋକେ ।

ଏବେ ଏହି ଘଟଣାରେ ସିଲ୍ ହୋଇଛି ଜନସେବା କେନ୍ଦ୍ର । ସୁଭଦ୍ରା ଫର୍ମ ଡିଜିଟାଇଜେସନ୍ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସିବା ପରେ ଉକ୍ତ ଜନସେବା କେନ୍ଦ୍ରକୁ ସିଲ୍ କରାଯାଇଛି । ଏମିତି କିଛି ଘଟଣା ଘଟିଛି ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ । ମୁକୁନ୍ଦପ୍ରସାଦରେ ଏକ ଜନସେବା କେନ୍ଦ୍ର ଟଙ୍କା ମାଗିବା ଅଭିଯୋଗ ଆସିବା ପରେ ସେହି ଜନସେବା କେନ୍ଦ୍ରକୁ ସିଲ୍ କରିଦେଇଛନ୍ତି ଜିଲ୍ଲା ପ୍ରଶାସନ ।

Comments are closed.