ଭୁବନେଶ୍ବର: ବିଜେଡି ସବୁ ବେଳେ ଓଡିଶାବାସୀଙ୍କ ଦଳ ଓ ବଳ ଥିଲା ଆଉ ରହିବ ମଧ୍ୟ । କ୍ଷମତା ଆଉ କି ନଥାଉ ବିଜେଡି କିନ୍ତୁ ଓଡିଶାବାସୀଙ୍କ ବିକାଶ ଚାହେଁ । ଆଜି ବିଜେଡିର ଏଜେଣ୍ଡା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଦେବୀ ମିଶ୍ର ।
ସେ କହିଛନ୍ତି, ଓଡିଶାର ସର୍ବବୃହତ ଦଳ ବିଜେଡି ଓଡିଶାବାସୀଙ୍କ ଆସ୍ଥାରେ ରହିଛି । ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ବଳ । ଆଉ ଏହାର ଏଜେଣ୍ତା ହେଉଛି ଓଡିଶା ଲୋକଙ୍କ ବିକାଶ । ବିଜେଡି ବିରୋଧୀ ହୋଇ ବି ଲୋକଙ୍କ ସେବା କରିବ । ଏହା ଓଡ଼ିଶାବାସୀଙ୍କ ଦଳ ହୋଇ ରହିବ ବୋଲି କହିଛନ୍ତି ଦେବୀ ମିଶ୍ର ।
Comments are closed.