Latest Odisha News

BREAKING NEWS

‘ସୁଭଦ୍ରା’ ଆବେଦନ: ଟଙ୍କା ମାଗି ଗିରଫ ହେଲେ ଆଉ ଜଣେ

ଟିଟିଲାଗଡ: ପୁଣି ସୁଭଦ୍ରାରେ ଟଙ୍କା ମାଗି ହଟହଟା ହେଲେ ଆଉ ଜଣେ । ସୁଭଦ୍ରା ଫର୍ମ ଆବେଦନ ପାଇଁ ଟଙ୍କା ମାଗି ଗିରଫ ହେଲେ ସିଏସସି କର୍ମଚାରୀ । ଟିଟିଲାଗଡ଼ ମନି ଗାଁ ସିଏସସିର ଜଣେ କର୍ମଚାରୀ ସୁଭଦ୍ରା ସହାୟତା ପାଇଁ ଅନଲାଇନ ଆବେଦନ କରିଦେବାକୁ ମହିଳାଙ୍କୁ ଟଙ୍କା ମାଗିବାରୁ ଉକ୍ତ କର୍ମଚାରୀଙ୍କୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ ।

ତେବେ ସୁଭଦ୍ରା ଫର୍ମ ଓ ଆବେଦନ ସଂପୂର୍ଣ୍ଣ ମାଗଣା ହୋଇଥିଲା ବେଳେ ଏମିତି କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର । ‘ସୁଭଦ୍ରା’ ଅନଲାଇନ୍ ଆବେଦନ ପାଇଁ ମହିଳାଙ୍କ ଠାରୁ ଟଙ୍କା ନେଉଥିଲେ ସଙ୍ଗେ ସଙ୍ଗେ କାର୍ଯ୍ୟନୁଷ୍ଠାନ ଗ୍ରହଣ ହେଉଛି ।

Comments are closed.