Latest Odisha News

ଥାନାରେ ଏସଆଇଙ୍କୁ ଆକ୍ରମଣ କଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଥାନା ଭିତରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଯେଉଁଥିରେ ଥାନାର ଏସଆଇଙ୍କ ସମେତ ଚାରି ଜଣ ଆହତ ହୋଇଛନ୍ତି ।

ଖବର ମୁତାବକ, ମେଜର ଓ ତାଙ୍କ ବାନ୍ଧବୀ ରାସ୍ତାରେ କେହି ଅସମ୍ମାନିତ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ । ଏନେଇ ମହିଳା ଏଏସଆଇ ଏହି ଅଭିଯୋଗକୁ ଲିଖିତ ଆକାରରେ ଦେବାକୁ କହିବାରୁ ରାଗିଯାଇ ମେଜରଙ୍କ ବାନ୍ଧବୀ ମହିଳା ଏସଆଇଙ୍କୁ ଆକ୍ରମଣ କରି କାମୁଡ଼ି ଦେଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ସମୟରେ ଥାନାରେ ଉପସ୍ଥିତ ଥିବା ଅନ୍ୟ ଦୁଇ ମହିଳା କନଷ୍ଟେବଳ ଓ ଦୁଇ ପୁରୁଷ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି ।

ତେବେ ମେଜର ଜଣଙ୍କ କୋଲକାତା ୨୨ ଶିଖ ରେଜିମେଣ୍ଟରେ କାର୍ଯ୍ୟରତ ଥିବାବେଳେ, ସେ ଭରତପୁର ଅଞ୍ଚଳରେ ନିଜ ଘରେ ରହୁଛନ୍ତି । ଆକ୍ରମଣ ସମୟରେ ଉଭୟ ମଦ୍ୟପାନ କରିଥିବା ଜଣାପଡିଛି ।

Comments are closed.