Latest Odisha News

ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ଆବାସ ଯୋଜନାରେ ଲୋକଙ୍କୁ ଘର ଚାବି ବଣ୍ଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ବିମାନ ବନ୍ଦରରରୁ ସିଧା ଗାଡକଣ ଅଭିମୁଖେ ଯାଇଥିଲେ ମୋଦି । ସେଠି ଆବାସ ହିତାଧିକାରୀଙ୍କୁ ଭେଟି ଗୃହ ପ୍ରବେଶ କରାଇବା ସହିତ କିଛି ସମୟ ସେଠି ବିତାଇଥିଲେ । ଯେଉଁଥିରେ ମୋଟ ୧୦ ଲକ୍ଷ ହିତାଧିକାରୀଙ୍କୁ ଚାବି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସେଠି ସେ ଖିରି ଖାଇବା ସହିିତ ତାଙ୍କ ଜନ୍ମଦିନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ମଧ୍ୟ ଉପହାରରେ ପାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଏହା ପରେ ଜନତା ମଇଦାନ ଅଭିମୁଖ୍ୟ ଯାତ୍ରା କରିଥିଲେ ମୋଦି । ସେଠାରେ ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହିତ ଅନେକ ଲୋକକଲ୍ୟାଣ ଯୋଜନା ରେଳ, ରାସ୍ତା ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ ।

Comments are closed.