Latest Odisha News

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି

କଟକ: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଚଳିତ ନିର୍ବାଚନରେ ଚମ୍ପୁଆରୁ ସ୍ବାଧୀନ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ପରେ ହୋଇଥିବାରୁ ଏହାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।

ସୂଚନା ଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ମୂରଲୀ ମୋହନ ଶର୍ମାଙ୍କୁ ପରାସ୍ତ ବିଜେଡିରୁ ବିଜୟୀ ହୋଇଥିଲେ ସନାତନ ମହାକୁଡ଼ । ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପରେ ନିର୍ବାଚନୀ ଅନିୟମିତତା ଅଭିଯୋଗ ଆଣିଥିଲେ ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ।

ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ । ହେଲେ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟ ଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ । ଯାହାକୁ ଆଜି ଓଡିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି ।

Leave A Reply

Your email address will not be published.