Latest Odisha News

ଧାମନଗର ଗୋଷ୍ଠୀ ସଂଘର୍ଷ: ବିଏନଏସଏସ ୧୬୩ ଲାଗୁ

ଧାମନଗର: ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ୨ ଗୋଷ୍ଠୀ ମୁହାଁମୁହିଁ l ୨ ଗୋଷ୍ଠୀଙ୍କ ଗଣ୍ଡଗୋଳ ଓ ମାରପିଟରେ ଗୋଟିଏ ଗୋଷ୍ଠୀର ୪ ଆହତ l ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଛି l ସେପଟେ ଘଟଣାର ଗୁରୁତରକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବିଏନଏସଏସ ୧୬୩ ଲାଗୁ କରାଯାଇଛି l ସେହିପରି ୧ କି.ମି ପରିସର ମଧ୍ୟରେ ଏକତ୍ରିତ ଓ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗୁକରାଯାଇଛି l ଆସନ୍ତା ୨୧ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ବିଏନଏସଏସ ୧୬୩ ଲାଗୁ ରହିବ l

ଧୁଷୁରୀ ଥାନା ଗୁଡ଼ୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା l ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀର ୪ ଆହତ ମେଡିକାଲରେ ଭର୍ତ୍ତି ହୋଇଥିଲେ l ମାତ୍ର ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତୁରନ୍ତ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଘଟଣାକୁ ଦେଖି ୧ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ଧାମନଗର ଓ ଧୁଷୁରୀ ପୋଲିସ ପହଂଚିଥିଲେ l

Leave A Reply

Your email address will not be published.