Latest Odisha News

BREAKING NEWS

ହ୍ୟାକ ହେଲା ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ଶୁକ୍ରବାର ହ୍ୟାକ ହୋଇଯାଇଛି । ହ୍ୟାକ ହେବା ପରେ ଏଥିରେ କ୍ରିପ୍ଟୋକରେନ୍ସି ସମ୍ପର୍କୀତ ବିଜ୍ଞାପନ ପ୍ରସାରିତ କରାଯାଇଥିଲା । ଏହା ଆମେରିକା କମ୍ପାନୀ ରିପଲ ଲ୍ୟାବ୍ସ ଦ୍ୱାରା ବିକସିତ କ୍ରିପ୍ଟୋକରେନ୍ସି ସଂସ୍ଥା । ସେହିପରି ଚ୍ୟାନେଲରେ ଏକ ବ୍ଲାଂକ ଭିଡିଓ ପ୍ରସାରିତ କରାଯାଇଥିଲା । ଏହାର ଶୀର୍ଷକ ବ୍ରେଂଡ ଗର୍ଲିଂଗହାଉସ ରହିଛି । ହ୍ୟାକ ହେବା ପରେ ସୁରକ୍ଷା ଏଜେନ୍ସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ଦେଶର ସର୍ବୋଚ୍ଚ ନ୍ୟାୟଳୟ ସମ୍ବିଧାନ ଜନହିତ ସମ୍ପର୍କୀତ ମାମଲାର ଶୁଣାଣୀ ଏହି ଚ୍ୟାନେଲ ମାଧ୍ୟମରେ କରିଥାନ୍ତି ।

୨୦୧୮ରେ ଏକ ମହତ୍ୱପୂର୍ଣ୍ଣ ମାମଲାର ଶୁଣାଣୀ ପ୍ରଥମେ ଏହା ମାଧ୍ୟମରେ କରାଯାଇଥିଲା । ସେତେବେଳର ସିଜେଆଇ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ ନ୍ୟାୟଳୟରେ ସର୍ବସମ୍ମତିକ୍ରମେ ଏହାର ନିର୍ଣ୍ଣୟ ନିଆ ଯାଇଥିଲା । ଖୁବ ଶୀଘ୍ର ଚ୍ୟାନେଲକୁ ବିପଦମୁକ୍ତ କରାଯିବ ବୋଲି ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.