Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ୬ ଘଣ୍ଟିଆ ତେନ୍ତୁଳୀଖୁଣ୍ଟି ବନ୍ଦ

ନବରଙ୍ଗପୁର: ଆଜି ୬ ଘଣ୍ଟିଆ ତେନ୍ତୁଳୀଖୁଣ୍ଟି ବନ୍ଦ । ସକାଳ ଆଠଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଦ ଡାକରା ଦେଇଛି ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ । ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବୀ କରି ବନ୍ଦ ଡାକରା ଦିଆଯାଇଛି ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୧୭ ତାରିଖରେ ତେନ୍ତୁଳୀଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରୀ ପାର୍ଶ୍ଵରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନାବାଳିକାର ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବାନେଇ ଥାନାରେ ଏତଲା ଦିଆଯାଇଥିଲା । ଘଟଣାର ୭ଦିନ ବିତିଯାଇଥିବା ସତ୍ତ୍ଵେ ମଧ୍ୟ ଦୋଷୀକୁ ଧରିବାରେ ସକ୍ଷମ ହୋଇପାରିନାହିଁ ପୋଲିସ ।

ଫଳରେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ସାମାଜିକ ସଂଘଠନ । ତେଣୁ ଏହାର ପ୍ରତିବାଦ କରି ୩ ଦଫାଦାବି ନେଇ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ ପକ୍ଷରୁ ଆଜି ୬ ଘଣ୍ଟିଆ ତେନ୍ତୁଳୀଖୁଣ୍ଟି ବନ୍ଦ ଡାକରା ଦିଆଯାଇଛି । ସକାଳ ଆଠଟାରୁ ଦିନ ଦୁଇଟା ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଦ ଡାକରା ଦିଆଯାଇଛି । ଫଳରେ ଚକଅଖ ସବୁ ବନ୍ଦ ରହିଛି।

 

Leave A Reply

Your email address will not be published.