Latest Odisha News

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ଭରତପୁର ଥାନା ଘଟଣା ନ୍ୟାୟିକ ତଦନ୍ତ ପାଇଁ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଯାହାକୁ ନେଇ ପୀଡ଼ିତା ଓ ସେନାଅଧିକାରୀଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ବୈଦ୍ୟୁତିକ, ଛାପା, ସାମାଜିକ ଗଣମାଧ୍ୟମରେ ସେମାନଙ୍‌କ ନାଁ ନ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଖାଲି ସେତିକି ନୁହେଁ ଏହି ଘଟଣା କୋର୍ଟ ହାତକୁ ଯିବା ପରେ ତତ୍ପରତା ଦେଖାଇଛନ୍ତି କୋର୍ଟ । ରାଜ୍ୟରେ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସବୁ ଥାନାରେ ସିସିଟିଭି ଲାଗିଛି କି ନାହିଁ ଉତ୍ତର ମାଗିଛନ୍ତି । ଯଦି ଲାଗିନି କେତେ ଦିନ ଭିତରେ ଲାଗିବ ସେନେଇ ଜବାବ ଦେବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଡିଜି ଆଧୁନିକୀକରଣକୁ ଆପଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ ଏହି ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ହାଇକୋର୍ଟ ମନା କରିଛନ୍ତି । ଏଥିରେ ହାଇକୋର୍ଟଙ୍କ ଅନୁଧ୍ୟାନ ଆବଶ୍ୟକ ନାହିଁ ବୋଲି କହିଛନ୍ତି କୋର୍ଟ ।

Leave A Reply

Your email address will not be published.