Latest Odisha News

BREAKING NEWS

ଲିଜେଣ୍ଡସ ଲିଗ କ୍ରିକେଟ: ସଦର୍ଣ୍ଣ ସୁପର ଷ୍ଟାର୍ସର ବିଜୟ ଧାରା ଜାରୀ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ସଦର୍ଣ୍ଣ ସୁପର ଷ୍ଟାର୍ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରି ଭଲ ସ୍ଥିତିରେ ରହିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୪ ୱିକେଟ ବିନିମୟରେ ୧୭୧ ରନ କରିଥିଲା । ବେନ ଡକ ୬୧ ଓ ଆଶଲେ ନର୍ସ ୪୦ ରନର ଇନିଂସ ଖେଳିଥିଲେ । ସଦର୍ଣ୍ଣ ସୁପରଷ୍ଟାର୍ସ ପକ୍ଷରୁ ରାହୂଲ ଶର୍ମା ୩ଟି ୱିକେଟ ନେଇଥିଲେ । ୧୭୨ ରନର ଲକ୍ଷ୍ୟକୁ ପିଛା କରି ସଦର୍ଣ୍ଣ ସୁପର ଷ୍ଟାର୍ସ ଟିମ ୧୯.୧ ଓଭରରେ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଚିରାଗ ଗାନ୍ଧୀ ୩୮, ପୱନ ନେଗୀ ୩୮ ଓ ମାର୍ଟିନ ଗୁପଟିଲ ୩୬ ରନ ସଂଗ୍ରହ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ଚିରାଗ ଗାନ୍ଧୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଜେସାଲ କାରିଆ ୨ଟି ୱିକେଟ ନେଇଥିଲେ ।

ସଦର୍ଣ୍ଣ ସୁପର ଷ୍ଟାର୍ସ ୨ଟି ମ୍ୟାଚରୁ ୪ ପଂଏଟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷରେ ରହିଛି । କୋଣାର୍କ ସୂର୍ଯ୍ୟାସ ଓଡିଶା ଗୋଟିଏ ମ୍ୟାଚରୁ ୨ ପଂଏଟ ଓ ଇଣ୍ଡିଆନ କ୍ୟାପିଟାଲ୍ସ ୨ଟି ମ୍ୟାଚରୁ ୨ ପଂଏଟ ହାସଲ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଗୁଜରାଟ ଗ୍ରେଟସ ୨ ମ୍ୟାଚରୁ ୨, ମଣିପାଲ ଟାଇଗର୍ସ ଗୋଟିଏ ମ୍ୟାଚରୁ ୦ ଓ ଟୋୟାମ ହାଇଦ୍ରାବାଦ ୨ଟି ମ୍ୟାଚରୁ ୦ ପଂଏଟ ସହ ୪ର୍ଥରୁ ଷଷ୍ଠ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.