Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ଭିଜିଲାନ୍ସ ଜାଲରେ ଯାଜପୁର ABEO

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରେ ଯାଜପୁର ଜିଲ୍ଲାର ଧର୍ମଶାଳା ସ୍ଥିତ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଏକକାଳୀନ ଚଢ଼ଉ ଆରମ୍ଭ କରାଯାଇଛି।

ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ତିନିଜଣ ଅତିରିକ୍ତ ଏସ୍‌ପି, ଚାରିଜଣ ଡିଏସ୍‌ପି, ନଅଜଣ ଇନ୍‌ସ୍ପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଦଳ ଭୁବନେଶ୍ୱର, ଗଞ୍ଜାମ ଏବଂ ଯାଜପୁରରେ ଏହି ଚଢ଼ଉ ଚଳାଇଛନ୍ତି।

ବର୍ତ୍ତମାନ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଚଢ଼ଉ ଜାରି ରହିଛି-

> ଭୁବନେଶ୍ୱରର ପାତ୍ରପଡ଼ା ସ୍ଥିତ ଏକ ତିନି ମହଲା କୋଠା

> ଗଞ୍ଜାମର ପି. ନୂଆଗାଁ ସ୍ଥିତ ଏକ ଦୁଇ ମହଲା କୋଠା ଓ ଅନ୍ୟ ଏକ ନିର୍ମାଣ

> ଗଞ୍ଜାମର ବୁରୁଝାରି ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘର

> ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ ଜନନୀ ବିହାରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ବାସଭବନ

> ଯାଜପୁରର ଜାରକା ସ୍ଥିତ ଏକ ଭଡ଼ା ଘର

> ଜାରକା ସ୍ଥିତ ଜେନାଙ୍କ କାର୍ଯ୍ୟାଳୟ କକ୍ଷ

ତେବେ ଏସବୁ ସ୍ଥାନରେ ଚଢ଼ଉ ଜାରି ରହିଥିବା ବେଳେ ଏ ସମ୍ପର୍କିତ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.