Latest Odisha News

BREAKING NEWS

‘ଏବେ ବି ନବୀନଙ୍କ କ୍ରେଜ୍’: ଆରମ୍ଭ ହେବ ବିଜେଡି ସଦସ୍ୟତା ଅଭିଯାନ

ଭୁବନେଶ୍ବର: ବିଜେପି ପରେ ଏବେ ବିଜେଡି ଆରମ୍ଭ କରିବାକୁ ଯାଉଛି ସଦସ୍ୟତା ଅଭିଯାନ । ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୨ରେ ବିଜେଡିର ତାର ସଦସ୍ୟତା ଅଭିଯାନ ଆରମ୍ଭ କରିବ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସଦସ୍ୟତା ସଂଗ୍ରହ କମିଟି ସଦସ୍ୟ ତଥା ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ।

ଏନେଇ ସୁଭାଶିଷ କହିଛନ୍ତି, ଆଜି ବି ଲୋକେ ନବୀନଙ୍କ ଉପରେ ଆଶା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଛନ୍ତି । ତୃଣମୂଳ ସ୍ତରର କର୍ମୀ ଓ ନୂତନ କରି ଯେଉଁମାନେ ସଦସ୍ୟ ଗ୍ରହଣ କରିବେ, ଆଶା ଅଛି ଯେ ସେମାନେ ନବୀନ ବାବୁଙ୍କ ଉପରେ ଥିବା ଭଲ ପାଇବା ଯୋଗୁଁ ବିଜେଡିରେ ସାମିଲ ହେବେ । ଏଥିସହିତ ସୁଭାଶିଷ କହିଛନ୍ତି, ବହୁ ଲୋକ ବିଜେଡିରେ ସଦସ୍ୟତା ଗ୍ରହଣ କରିବେ । ସଂଖ୍ୟା ତ କହି ପାରିବିନି, ହେଲେ ବର୍ତ୍ତମାନର ସରକାରଙ୍କ ଯାହା କାମ କରୁଛନ୍ତି ରାଜ୍ୟବାସୀ ଦେଖିଲେଣି । ଭରତପୁର ଥାନା ଘଟଣା ହେଉ ବା ସେମାନେ ନିଜକୁ ଭଗବାନ ଜଗନ୍ନାଥ କହିବା ପ୍ରସଙ୍ଗ, ସେମାନେ କେବଳ ଡିଣ୍ଡିମ ପିଟୁଛନ୍ତି ବୋଲି କହିଛନ୍ତି ସୁଭାଶିଷ । ଏ ସରକାର ଖାଲି ନବୀନ ବାବୁଙ୍କ ସମୟର ଯୋଜନାରେ ରଙ୍ଗ ବୋଳୁଛି ବୋଲି କହିଛନ୍ତି । ଲୋକେ ଜାଣିଲେଣି ନୂଆ ସରକାର ବିଫଳ । ତେଣୁ ତୃଣମୂଳ ସ୍ତରରେ ଲୋକଙ୍କ ସଦସ୍ୟତା ବଢିବ ।

Leave A Reply

Your email address will not be published.