Latest Odisha News

ସିନ୍‌ କାଟିଲେ ରିଲିଜ୍‌ ହେବ ଫିଲ୍ମ ‘ଏମର୍ଜେନ୍ସି’ !

ମୁମ୍ବାଇ: ବାଦ ବିବାଦ ଘେରରେ ରହିଥିବା କଙ୍ଗନା ରଣାୱତ୍‌ଙ୍କ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ବଡ଼ ଖବର ଆସିଛି। ଏହି ଫିଲ୍ମର କିଛି ସିନ୍‌ କାଟିଲେ ହିଁ ବକ୍ସଅଫିସରେ ରିଲିଜ ହେବ ବୋଲି କୋର୍ଟ କହିଛନ୍ତି। ଏହି ଫିଲ୍ମ ରିଲିଜ୍‌କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ କହିଛନ୍ତି, ଫିଲ୍ମର କିଛି ସିନ୍‌ କାଟିବାକୁ ସେନ୍ସର ବୋର୍ଡ ଦେଇଥିବା ପରାମର୍ଶକୁ ନିର୍ମାତା ପାଳନ କଲେ ହିଁ ଫିଲ୍ମ ରିଲିଜ୍‌କୁ ମଞ୍ଜୁରି ମିଳିବ।

ସେନ୍ସର ବୋର୍ଡ ଅର୍ଥାତ୍‌ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌ (ସିବିଏଫ୍‌ସି) କୋର୍ଟରେ କହିଥିଲା, ‘ଏମର୍ଜେନ୍ସି’ର ନିର୍ମାତା ଅଦ୍ୟାବଧି ଫିଲ୍ମର ବିବାଦୀୟ ସିନ୍‌ଗୁଡ଼ିକୁ କାଟି ନାହାଁନ୍ତି। ଅନ୍ୟପକ୍ଷେ, ଫିଲ୍ମ ନିର୍ମାତା କହିଲେ, ସିନ୍‌ କାଟିବା ପାଇଁ ସମୟ ଦରକାର । ଏହା ପରେ କୋର୍ଟ ମାମଲାକୁ ଆସନ୍ତା ୩୦ ତାରିଖକୁ ଘୁଞ୍ଚାଇଛନ୍ତି ।

ସୂଚନାଯୋଗ୍ୟ, ଫିଲ୍ମର ରିଲିଜ୍‌କୁ ନେଇ କଙ୍ଗନା ଓ ଜି ଷ୍ଟୁଡିଓ ଆବେଦନ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା, ସେନ୍ସର ବୋର୍ଡ ଫିଲ୍ମକୁ ପ୍ରଥମେ ପ୍ରମାଣପତ୍ର ଦେଇଛି, କିନ୍ତୁ ରିଲିଜ୍‌ର ୪ ଦିନ ପୂର୍ବରୁ ଗତ ୬ ତାରିଖରେ ଏହା ଉପରେ ରୋକ ଲଗାଇଲା। ସେନ୍ସର ବୋର୍ଡ ମନକୁ ମନ ଫିଲ୍ମର ପ୍ରମାଣପତ୍ର ଅଟକାଇ ରଖିଥିବା କଙ୍ଗନା ଅଭିଯୋଗ କରିଥିଲେ।

Leave A Reply

Your email address will not be published.